ପୂର୍ବ ଶତ୍ରୁତାରୁ ମହିଳାଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର

0
203

ଭଞ୍ଜନଗର(ଓବି ନ୍ୟୁଜ) (ଜୟକୃଷ୍ଣ ପଟ୍ଟନାୟକ): ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମଳାସପଦର ଛକରେ ଗତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।ପୂର୍ବ ଶତ୍ରୁତା କାରଣରୁ ରାତି ୯ଟା ସମୟରେ ୨ଜଣ ଦୁର୍ବୃତ୍ତ ଘର ପଛ ପଟୁ ଆସି ଛାତ ଉପରେ ଏକୁଟିଆ ବସିଥିବା ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁଙ୍କୁ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଓ ହାତକୁ ବାରମ୍ବାର ଆକ୍ରମଣ କରିଥିଲେ।ମହିଳାଙ୍କ ଚିତ୍କାର ଶୁଣି ଅପରାଧିମାନେ ଛାତରୁ ଡେଇଁ ଫେରାର ହୋଇ ଯାଇଥିଲେ।ମହିଳା ଜଣକ ଗୁରୁତର ଅବସ୍ଥାରେ ପଡିରହିଥିଲେ ଏବଂ କିଛି ସମୟ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହାଦେଖି ମହିଳାଙ୍କ ବିବାହିତା ବଡ଼ଝିଅ ତାଙ୍କ ସ୍ୱାମୀଙ୍କୁଘଟଣା ସମ୍ପର୍କରେ ଜଣାଇବା ପରେ ସେ ଆସି ପୋଲିସ କୁ ଖବର ଦେଇଥିଲେ।ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରୁ ମୃତଦେହ ଜବତ କରି ଆଜି ଭଞ୍ଜନଗର ମେଡିକାଲ ରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଆରମ୍ଭ କରିଛି।ସୂଚନା ମୁତାବକ କିଛି ଦିନ ତଳେ ଜଣେ ଅପରାଧୀଙ୍କୁ ପୋଲିସ ଖୋଜୁଥିବା ବେଳେ ଏସମ୍ପର୍କରେ ଜ୍ୟୋତ୍ସ୍ନା ପୋଲିସକୁ ସହଯୋଗ କରିଥିବା ଜାଣିପାରି ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ତାଙ୍କ ପୁଅ କହିଛନ୍ତି।

LEAVE A REPLY

Please enter your comment!
Please enter your name here