ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ ଦାଶ ଙ୍କ ପରଲୋକ

0
146

ଭୁବନେଶ୍ୱର (ଓବି ନ୍ୟୁଜ) (ବ୍ୟୁରୋ) : ୨୦୨୦ ମସିହାରେ ଚାଲିଗଲେ ଆଉ ଜଣେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ଅଜିତ ଦାଶ।ସେ ଗତ କିଛି ଦିନ ହେଲା ଭୁବନେଶ୍ୱର ର ଏକ ଘରୋଇ ମେଡିକାଲ ରେ ଚିକିତ୍ସା ଧୀନ ଅବସ୍ଥାରେ ଥିଲେ।ଗତ କାଲି ତାଙ୍କର ଉଚ୍ଚ ରକ୍ତଚାପ ଆଉ ନିୟନ୍ତ୍ରଣ ହୋଇ ନଥିଲା।ଶ୍ରୀ ଦାଶ ୭୧ବର୍ଷ ବୟସରେ ତାଙ୍କ ଅଗଣିତ ଦର୍ଶକଙ୍କୁ ଛାଡି ବିଦାୟ ନେଇଛନ୍ତି।ଯାହାକି ସିନେ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି।୧୯୭୬ ମସିହାରେ ସେ ସିନ୍ଦୁର ବିନ୍ଦୁ ଚଳଚ୍ଚିତ୍ରରେ ତାଙ୍କର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ।ହାକିମ ବାବୁ ଚଳଚ୍ଚିତ୍ରରେ ସେ ବିଜୟ ମହାନ୍ତିଙ୍କ ସହ ଅଭିନୟ କରି ବେଶ ଚର୍ଚ୍ଚିତ ହୋଇଥିଲେ।ପ୍ରାୟ ୬୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରି ଅଜିତ ଦାଶ ସିନେ ପ୍ରେମୀଙ୍କ ପ୍ରିୟ ଅଭିନେତା ସାଜିଥିଲେ।ଏଥି ସହିତ ସେ ବହୁ ମଞ୍ଚ ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି।ଅନେକ ନୂତନ କଳାକାରଙ୍କୁ ସେ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ତାଙ୍କ ଅକାଳ ବିୟୋଗରେ ବହୁ ଅଭିନେତା,ଅଭିନେତ୍ରୀ ଓ ସିନେପ୍ରେମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here