ଧୀରେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକଙ୍କ ହୃଦଘାତରେ ବିୟୋଗ

0
871

ଛତ୍ରପୁର(ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ବଡ଼ମାଧପୁର ଧୀରେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ବିପ୍ରଚରଣ ମହାଙ୍କୁଡ଼ (୫୮) ହୃଦଘାତରେ ଆଜି ତାଙ୍କର ନିଜସ୍ୱ ବାସଭବନରେ ବିୟୋଗ ଘଟିଛି । ସେ ଜଣେ ପରୋପକାରୀ, ବନ୍ଧୁ ବାତ୍ସଲ୍ୟ, ଧର୍ମପରାୟଣ ଓ ଛାତ୍ରପ୍ରେମୀ ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ ବଡ଼ମାଧପୁର ସମେତ ୫ ଖଣ୍ଡ ପଂଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ନିଜ ଘର କରପଡ଼ା ପଂଚାୟତର ନିଳାଦ୍ରିପୁର ଗ୍ରାମ ଅଟେ । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ବିଶ୍ୱଜିତ ମହାଙ୍କୁଡ଼, ବୋହୂ ଓ ଦୁଇ ଝିଅ ଜ୍ୱାଇଁ ସମେତ ଧୀରେଶ୍ୱର ବିଦ୍ୟାପୀଠର ଶିକ୍ଷକ ରାଜ କିଶୋର ପାଣିଗ୍ରାହୀ, ଉମା ଚରଣ ରେଡ୍ଡି, କାଳୀଚରଣ ଦାଶ, ଲକ୍ଷ୍ମୀଚରଣ ରେଡ୍ଡି, ସଦାଶିବ ମହାପାତ୍ର, ହରିକୃଷ୍ଣ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଶତପଥୀ, ଅନ୍ୟାନ୍ୟ ସହକର୍ମୀ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ୨୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡି, ପୋଷ୍ଟାଲ୍ ସର୍ଭଭେଂଟ୍ ଗୌରହରି ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମଙ୍ଗୁଳୁ ରେଡ୍ଡି, କବିରାଜ ପେଣ୍ଠେଇ , ଯୁବ ନେତା ସପନ ନାହାକ, ସନ୍ତୋ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସ୍ୱର୍ଗତ ମହାଙ୍କୁଡ଼ ଜୀବନର ଅଧିକାଂଶ ସମୟ ଅବୈତନିକ ଭାବେ ଅକ୍ଲାନ୍ତ ପରିଶ୍ରମ କରି ବଡ଼ମାଧପୁର ଅଂଚଳ ସମେତ ଆଖପାଖ ୫ଟି ପଂଚାୟତରେ ଶିକ୍ଷାର ଆଲୋକ ବାଂଟିଛନ୍ତି ବୋଲି କବିରାଜ ପେଣ୍ଠେଇ ସୂଚନା ଦେଇଛନ୍ତି । ତାଙ୍କର ଗାଁ ଶ୍ମଶାନରେ ପୁଅ ବିଶ୍ୱଜିତ୍ ମୁଖାଗ୍ନି ଦେଇ ଅନ୍ତିମ ସଂସ୍କାର କରିଥିଲେ ।

LEAVE A REPLY

Please enter your comment!
Please enter your name here