ଗୋବିନ୍ଦପୁର ମୌଜାକୁ ଜଳସେଚନ ସୁବିଧା ପାଇଁ ଦାବିପତ୍ର

0
54

ପାତ୍ରପୁର, (ଓବି ନ୍ୟୁଜ)(ବଦ୍ରି ରଣା) : ପାତ୍ରପୁର ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ମୌଜାର ୨ ଶହ ହେକ୍ଟର ଚାଷ ଜମି ବର୍ଷା ଅଭାବରୁ ପଡ଼ିଆ ରହିଛି ସରକାରୀ ସହାୟତା ଓ ଜଳସେଚନ ବ୍ୟବସ୍ଥା କରାଇବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ବିଡ଼ିଓ, ତହସିଲ ଓ କୃଷି ବିଭାଗ ଅଧିକାରୀଙ୍କୁ ଭେଟି ଚାଷୀ ଓ ବିଜେପି ପକ୍ଷରୁ ଜଣାଇବା ସହ ଜିଲ୍ଲାପାଳଙ୍କୁ ଜଳସେଚନ ସୁବିଧା ପାଇଁ ନିବେଦନ କରାଯାଇଛି । ଧାନ ତଳି ବଞ୍ଚାଇବା ପାଇଁ ଚାଷୀ ବହୁତ ଟଙ୍କା ବ୍ୟୟ କରିଥିଲେ ମଧ୍ୟ ଧାନ ରୁଆ ହୋଇପାରିନଥିଲା । ପୁର୍ବରୁ ଏହି ମୌଜାରେ ଚାଷ ବାଧାପ୍ରାପ୍ତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ୨ ଶହ ହେକ୍ଟର ଚାଷ ଜମି ପଡ଼ିଆ ରହିଛି । ଶିଘ୍ର ଚାଷ ଜମିର କ୍ଷୟକ୍ଷତି ଆକଳନ କରି ସରକାରଙ୍କ ଦୃଷ୍ଟିକୁ ନେଇ କ୍ଷତି ପୁରଣ ପ୍ରଦାନ କରିବା ସହ ଶିଘ୍ର ସେହି ଜମିରେ ଜଳସେଚନ ବ୍ୟବସ୍ଥା କରାଇବା ପାଇଁ ବିଜେପି ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଦାବି କରି କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ଦ୍ୟାନ ସାମନ୍ତରାଙ୍କ ସହ ଚାଷୀ ରାମ ଅଧିକାରୀ, କେ. ଡ଼ିଲେଶୁ, ଉମାଶଙ୍କର ଅଧିକାରୀ, ବି. ପ୍ରହଲ୍ଲାଦ, ବି. ଦେଓଗୁରୁ, ଶିବ ଅଧିକାରୀ, କେ. ରାଜାରାଓ, କେ. ବୈରାଗୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here