ବାଘ ଛାଲ ଜବତ, ଜଣେ ଗିରଫ

0
30

ବ୍ରହ୍ମପୁର(ଓବି ନ୍ୟୁଜ) (କିଶୋର ମହାରଣା): ଚୋରାରେ ଚିତା ବାଘ ଛାଲ ଚାଲାଣ ବେଳେ ବ୍ରହ୍ମପୁର ବନ ବିଭାଗ ଜଣେ ଯୁବକକୁ ଗିରଫ କରିଥିବା ବେଳେ ଗୋଟିଏ ବାଘ ଛାଲ ଜବତ କରିଛି  ।

ଗତ କାଲି ରାତିରେ ବ୍ରହ୍ମପୁର ଉପକଣ୍ଠ ବାଲିପଡ଼ା ନିକଟରେ ଏହା ଧରା ପଡିଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିବା ବେଳେ ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକଙ୍କ ତତ୍ତ୍ୱବଧାନରେ ବିଭାଗର ମୋବାଇଲ ଟିମ୍ ଚଢାଉ କରି ବାଘ ଛାଲ ଜବତ କରିଥିବା ସହ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି  । ଗିରଫ ଯୁବକ ଜଣକ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁର  ପି.ସୁଶାନ୍ତ ରେଡ୍ଡୀ  । ଗିରଫ ସୁଶାନ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ କେଉଁ ମାନଙ୍କ ଲିଙ୍କ୍ ରହିଛି ସେ ନେଇ ଅଧିକା ତଦନ୍ତ ଜାରୀ ରଖିଛି ବନ ବିଭାଗ  । ଏହା ସହ ଏହି ଲିଓପାଡ୍ ସ୍କିନ୍ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳରୁ ଆଣିଥିବା ବେଳେ ବ୍ରହ୍ମପୁରଠାରେ ବିକ୍ରୀ କରିବା ଲାଗି ନେଉଥିବା ବିଭାଗ ଜାଣିବାକୁ ପାଇଛି  । ତେବେ ଅଧିକା ତଦନ୍ତ ପରେ ଏହି ରାକେଟର ଚେର କେତେଆଡେ ଲମ୍ୱିଛି ଓ ଏଥିରେ ଆଉ କେଉଁ ମାନଙ୍କ ସଂପୃ୍କ୍ତି ରହିଛି ତାହା  ପର୍ଦ୍ଦାଫାସ ହେବ  ।

LEAVE A REPLY

Please enter your comment!
Please enter your name here