ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ବରଣ କରିଥିବା ଅଭିଯୋଗ

0
63

ମାଲକାନଗିରି(ଓବି ନ୍ୟୁଜ) (ଏମ୍‌. ଚନ୍ଦ୍ର ରାଓ): ମାଲକାନଗିରି ଜିଲ୍ଲାରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ରୋଗି ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।  ଗତକାଲି ମାଲକାନଗିରି ଜିଲ୍ଲାର ବାଲିମେଳା ରେ ଜଣେ ବ୍ୟକ୍ତି ଙ୍କ ଦେହ ଗୁରୁତର ହେବାରୁ ତାଙ୍କୁ ବାଲିମେଳା ସ୍ୱଥ୍ୟ କେନ୍ଦ୍ର କୁ ନିଆଯାଇଥିଲା।  ତେବେ ସେଠାରେ ଡାକ୍ତର ତାଙ୍କୁ ମାଲକାନଗିରି ରେଫର କରିଥିଲେ । ରୋଗୀଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ଆଣିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିବା ବେଳେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ରେ ଆମ୍ବୁଲାନ୍ସ ଆସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ମାଲକାନଗିରି ଆସିବା ପରେ ଡାକ୍ତର ତାଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ ଏବଂ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ଟେଷ୍ଟ  ରିପୋର୍ଟ ସକାଳେ ମିଳିବ ବୋଲି ମେଡିକାଲ ପ୍ରଶାସନ ତରଫରୁ  ପରିବାର ଲୋକଙ୍କୁ କୁହାଯାଇଥିଲା । କିନ୍ତୁ କିଛି ସମୟ ପରେ ଡାକ୍ତର ଙ୍କ ପକ୍ଷରୁ ପରିବାର ଲୋକଙ୍କୁ ରୋଗୀଙ୍କ ମୃତ୍ୟୁ ହୋଇଛି ଏବଂ ସେ କରନା ପୋଜେଟିଭ ଥିବା କୁଯାଇଥିଲା । ତେବେ ଏହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଯେଉଁ ରିପୋର୍ଟ କୁ ୩ ରୁ ୪ ଘଣ୍ଟା ସମୟ ଲାଗେ ୧୫ ମିନିଟ ରେ ସେଇ ରିପୋର୍ଟ କିଭଳି ଆସିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ମୃତ ଦେହ କୁ ପରିବାର କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here