କରୋନା ସଚେତନାତା କରାଇ ଜରଡ଼ା ଆଇଆଇସି ସମ୍ବର୍ଦ୍ଧିତ

0
57

ପାତ୍ରପୁର (ଓବି ନ୍ୟୁଜ) (ବଦ୍ରୀ ନାରାୟଣ ରଣା) : ମଙ୍ଗଳବାର ଦିନ ପବ୍ଳିକ୍ ରାଇଟ୍ ଆସୋସିଏସନ୍ ପକ୍ଷରୁ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଆସୋସିଏସନ୍‌ର ରାଜ୍ୟ ଯୁଗ୍ନ ସଂପାଦକ ପ୍ରିୟରଂଜନ ବେହେରାଙ୍କ ସମେତ ସିଏଚ୍‌. ବୈରାଗୀ ରେଡ଼ି, କୃଷ୍ଣ ପ୍ରଧାନ, ପାଣ୍ଡବ ବେହେରା, ମତିଲାଲ୍ ବେହେରା ନେତୃତ୍ୱରେ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଲକ୍ ଡ଼ାଉନ୍ ଓ ସଟ୍ ଡ଼ାଉନ୍ ସମୟରେ ଥାନା ଅଧିକାରୀ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଆସୁଥିବା ସହ କରୋନା ସଚେତନା କରାଇ ପ୍ରଶଂସିତ ହୋଇଥିଲେ । ତେଣୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିବା ଆସୋସିଏସନ୍‌ର ରାଜ୍ୟ ଯୁଗ୍ନ ସଂପାଦକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here