ନାଳ ପାଣିରୁ ମାରପିଟ୍‌, ଦୁଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ

0
197

ପାତ୍ରପୁର (ଓବି ନ୍ୟୁଜ)(ବଦ୍ରୀ ନାରାୟଣ ରଣା): ଜରଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ନାଳ ପାଣିକୁ ନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ୍ ହୋଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୁଚନାରୁ ଜଣାଯାଏ ଗୋଟିଏ ପରିବାରର ନାଳପାଣି ପୋଡ଼ଶୀ ଘରର ପାଇଖାନା ଟାଙ୍କିରେ ଭରି ହେଉଥିବାରୁ ଦୁଇ ପାରିବାରିକ ମଧ୍ୟରେ ମାର୍‌ପିଟ୍ ହୋଇଥିଲା । ଦୁଇ ପରିବାରଙ୍କ ମଧ୍ୟରୁ ଶଙ୍କର ବେହେରାଙ୍କ ପିଠିକୁ କୌଣସି ଧାରୁଆ ଅସ୍ତ୍ରରେ କଟା ହୋଇଥିବା ବେଳେ ଅନ୍ୟ ପରିବାରର କେଶବ ରେଡ୍ଡ଼ିଙ୍କ ମୁଣ୍ଡ ଫାଠିବା ସହ ପେଟକୁ କାମୁଡ଼ି ଥିବା ଜଣା ପଡ଼ିଛି । ଅଭିଯୋଗ ପରେ ଜରଡ଼ା ପୋଲିସ୍ ଗ୍ରାମକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here