ସ୍ୱଳ୍ପ ବର୍ଷା ଏବଂ ଜଳସେଚନ ସୁବିଧା ନଥିବାରୁ ୨୧ ହଜାର ହେକ୍ଟର ଚାଷ ଜମି ପଡିଆ

0
18

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା) : ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଓ ଯୋଗୁଁ ଗଞ୍ଜାମ ଜିଲ୍ଲାର ପ୍ରାୟ ୨୧ ହଜାର ହେକ୍ଟର ଚାଷ ଜମି ମରୁଡି ପଡିଯାଇଛି । ଚାଷୀମାନେ ଚାଷ ନ କରିବାରୁ ଗାଇଗୋରୁଙ୍କ ଏବେ ଚରାଭୂଇଁ ପାଲଟି ଗଲାଣି । ଜିଲ୍ଲାରେ ୨ ଲକ୍ଷ ୧୪ ହଜାର ୯୪୧ ହେକ୍ଟର ଧାନ ଚାଷ ଜମି ଥିବାବେଳେ ସେଥିମଧ୍ୟରୁ ଜଳସେଚନ ସୁବିଧା ନଥିବାରୁ ୨୧ ହଜାର ହେକ୍ଟର ଧାନ ଚାଷ ଜମି ଫାଟି ଆଁ ହୋଇରହିଛି । ଚାଷୀ ଚାଷ କରି ବର୍ଷ ତମାମ ସେମାନଙ୍କ ପରିବାର ଭରଣ ପୋଷଣ କରିଥାନ୍ତି । ସ୍ୱଳ୍ପ ବର୍ଷା ଏବଂ ଜଳସେଚନ ଅଭାବରୁ ସେମାନଙ୍କ ଚାଷ ଜମି ଗୁଡିକ ଅକାମୀ ହୋଇଥିବା ବେଳେ ଚାଷୀଙ୍କ ଜୀବନ ଜୀବିକାରେ ସଂପୂର୍ଣ୍ଣ ବହ୍ୟାତ ଘଟିଛି । ଏଣୁ ସରକାର ସେମାନଙ୍କୁ କ୍ଷତିପୂରଣ ଦେବା ସହ ଯେଉଁ ଚାଷଜମି ଗୁଡିକୁ ଜଳସେଚନର ସୁବିଧା ନାହିଁ ତୁରନ୍ତ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଋଷିକୂଲ୍ୟା ରୟତ ମହାସଭାର ସଂପାଦକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here