ନୟାଗଡ଼ ଜିଲ୍ଲା ଶିକ୍ଷକ ଅଧିକାରୀ (ଡିଇଓ ) ପଦବୀ ପାଇଁ ଅଧିକାରୀ ଅମଙ୍ଗ : ଜିଲ୍ଲା ସାରା ହାଇସ୍କୁଲ ଶିକ୍ଷା କର୍ମଚାରୀ ଦରମା ଓ ପେନସନ ପାଇବାରେ ବିଳମ୍ବ

0
310

ଓଡଗାଁ, (ଓବି ନ୍ୟୂଜ) (ବ୍ୟୁରୋ) : ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପଦବୀ ଗ୍ରହଣ କରିବାକୁ ଅଧିକାରୀ ଅମଙ୍ଗ | ଅଗଷ୍ଟ ମାସରୁ ଖାଲି ପଡ଼ିଥିବା ଏହି ଯୁଗ୍ମ ନିର୍ଦେଶକ ପଦବୀରେ ରହିବାକୁ କୌଣସି ଅଧିକାରୀ ରାଜି ହେଉନଥିବାରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ଏକ ରକମ ଅଚଳାବସ୍ଥା ଦେଖାଦେଇଛି | ଏପରିକି ଜିଲ୍ଲାର ହଜାର ହଜାର ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ଏ ଯାବତ ଅଗଷ୍ଟ ମାସର ଦରମା ଓ କେତେକ ପେନସନ ଭୋଗୀ ପେନସନ ପାଇନାହାନ୍ତି | ସୂଚନା ଅନୁସାରେ ଅଗଷ୍ଟ ମାସରେ ଡିଇଓ ଲଷ୍ମୀଧର ବେହେରା ସ୍ବେଛାକୃତ ଅବସର ନେବାପରଠୁ ଜିଲ୍ଲା ଶିକ୍ଷା ବିଭାଗରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା | ଏନେଇ ବିଭିନ୍ନ ଗଣ ମାଧ୍ୟ୍ୟମରେ ଖବର ପ୍ରକାଶ ପାଇବା ପରେ ସାଧାରଣରେ ନାନା ଆଲୋଚନା ହୋଇଥିଲା | ନୟାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନାମକୁ ମାତ୍ର ଡିଇଓ ଦାୟିତ୍ୱରେ ରହିଥିବା ବେଳେ ସେ କ୍ଲାସ ୱାନ ପାହ୍ୟାରେ ନଥିବାରୁ କର୍ମଚାରୀଙ୍କୁ ଦରମା ପ୍ରଦାନରେ ଅସମର୍ଥ ଥିବା ଜଣାଯାଇଛି | ହେଲେ ଇତି ମଧ୍ୟରେ ଖୋର୍ଦ୍ଧା ଡିଇଓଙ୍କୁ ଅତିରିକ୍ତ ଦାୟିତ୍ୱ ନେଇ ଜିଲାରେ ସ୍ୱାଭାବିକ ଦରମା ପ୍ରଦାନ ପରିସ୍ଥିତି ସୁଯୋଗ ସୃଷ୍ଟି କରିବାକୁ ସରକାର ଉଦ୍ୟମ କାଟିଥିଲେ | ସେ ମହାଶୟାଙ୍କ ନିଯୁକ୍ତି ଆଦେଶ ରଦ କରିବା ପରେ ଜଗତସିଂହପୁର ଜିଲ୍ଲା ଅତିରିକ୍ତ ଡିଇଓ ସପନ କୁମାର ଜେନାଙ୍କୁ ପଦୋନ୍ନତି ଦେଇ ନୟାଗଡ଼ ଡିଇଓ କାର୍ଯ୍ୟଭାର ଗ୍ରହଣ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ବିଜ୍ଞପ୍ତି ପ୍ରକାଶ କରିଥିଲେ | ହେଲେ ଏଯାବତ ସଂପୃକ୍ତ ଅଧିକାରୀ ନୟାଗଡ଼ରେ କାର୍ଯ୍ୟଭାର ଗ୍ରହଣ କରିନଥିବା ଜଣାଯାଇଛି | ଏବଂ ସେ ଅସୁସ୍ଥ ଥିବା କାରଣରୁ ସୁସ୍ଥ ହେବାପରେ ନୟାଗଡରେ ଯୋଗାଯୋଗ ଦେବା ନେଇ ନିଷ୍ପତି ନେବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି | ଫଳରେ ପାର୍ବଣ ଋତୁ ଆଗମନ ଓ କୋରଣା କାଳରେ ଶିକ୍ଷା କର୍ମଚାରୀ ଦରମା ଓ ପେନସନ ପାଇବା ନେଇ ସନ୍ଦିହାନ ହୋଇ ପଡିଛନ୍ତି | ଅନ୍ୟପକ୍ଷେ ଜିଲାରେ ଜଣେ ମନ୍ତ୍ରୀ ଓ 3 ବିଧାୟକ ଏନେଇ ଆଦୌ ମୁଣ୍ଡ ନଖେଳାଇବେ ନେଇ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ଜିଲାପାଳ ଏନେଇ ଦୃଷ୍ଟି ଦେବା ସହିତ ଜିଲାରେ ସଦ୍ୟ ପଦୋନ୍ନତି ପାଇଥିବା ଓଡଗାଁ ବିଇଓ ବସନ୍ତ କୁମାର ନାୟକଙ୍କୁ ଯଥାଶୀଘ୍ର ଭାରପ୍ରାପ୍ତ ଡିଇଓ ପଦବୀରେ ଅବସ୍ଥାପିତ କରିବା ସହିତ ହଜାର ହଜାର ଶିକ୍ଷକଙ୍କୁ ଅଗଷ୍ଟ ମାସର ଦରମା ଓ ପେନସନ ପ୍ରଦାନ କରିବାରେ ପଥ ସୁଗମ କରିବାକୁ ମତ ପ୍ରକାଶ ପାଇଛି |

LEAVE A REPLY

Please enter your comment!
Please enter your name here