ଶ୍ରମ ଦଲାଲଙ୍କ କବଜାରେ ଶ୍ରମିକ

0
37

ସୋନପୁର(ଓବି ନ୍ୟୁଜ) (ସୁଶାନ୍ତ କୁମାର ସାହୁ): ସୁବର୍ଣ୍ଣପୁର ରେ ବଢୁଛି ଶ୍ରମ ଦଲାଲଙ୍କ ରାଜୁତି ସେ ପ୍ରବାସି ଶ୍ରମିକଙ୍କ ପାଇଁ ହେଉ କି ଲେବର କାର୍ଡ ପାଇଁ ହେଉ ।କରୋନା ଆରମ୍ଭରୁ ସରକାର ପ୍ରବାସିଙ୍କୁ ନିଜରାଜ୍ୟକୁ ଫେରାଇ ଆଣିବାକୁ ଚେଷ୍ଟା କଲେ ସଫଳ ମଧ୍ୟ ହେଲେ ହଜାର ହଜାର ଗାଡିରେ ବୁହା ହୋଇ ଫେରିଲେ ପ୍ରବାସି । ପ୍ରବାସିଙ୍କ ପାଇଁ ଯୋଜନା ବି ତିଆରି ହେଲା ହେଲେ ତାହା ବାଟବଣା ହୋଇ ପହଂଚି ପାରିଲା ନାହିଁ । ଶେଷରେ ପେଟକୁ ଦାନା ଚିନ୍ତାରେ ପୁଣି ଅନ୍ୟ ରାଜ୍ୟକୁ ଜିବାକୁ ଆଗ୍ରହି ଶ୍ରମିକ ଏବେ ଜିଲ୍ଲାକୁ ଛୁଟୁଛି ସହସହ ବସ ପ୍ରବାସିଙ୍କୁ ନେବାକୁ । ନୁଆଁଖାଇ ପର ଠାରୁ ବେଶ ମାତିଛନ୍ତି ଦଲାଲ । କିଏ କେଉଁଠିକି ଜିବ ଓ କେମିତି ଯିବ ସେଥିରେ ବେଶ ସହାୟକ ସେମାନେ । ସେହିପରି ଯେଉଁ ଶ୍ରମିକ ମାନେ ଏଠି ରହି ଶ୍ରମ ଜିବିକା ନିର୍ବାହ କରୁଛନ୍ତି ସରକାର ଶ୍ରମ କାର୍ଡ ଜରିଆରେ ସେମାନଙ୍କୁ ଚିନ୍ନଟ କରି ସରକାର ବିଭିନ୍ନ ଯୋଜନା ରେ ସହାୟତା ପ୍ରଦାନ କରୁଛନ୍ତି ସତ ତାହାବି ବାଟବଣା ପରି ମନେହୁଏ । କେହି ସାଇକଲ ଟୁକନ ଅପେକ୍ଷାରେ ତ କେହି ସାମଗ୍ରି କିଣା ବେନିଫିଟ ପଇସା ଅପେକ୍ଷାରେ ତ କାହା ବାହାଘର ସହାୟତା ଫାଇଲ ଚେଇଁ ସୋଇଛି । ଅଭିଯୋଗ କଲେ ଗୋଟିଏ ଉତର ସହାୟତା ରାଶି ନାହିଁ ଆସିଲେ ଦିଆଯିବ । ତେବେ ଏଠି ବି ଶ୍ରମ କାର୍ଡ ତିଆରି ଓ ରେନୁଆଲ ପାଇଁ ଗ୍ରାମାଚଂଲ ରେ ମାତିଛନ୍ତି ଦଲାଲ । ଆବଶ୍ୟକ ଠାରୁ ଢେର ଅଧିକା ପଇସା ନେଇ କାର୍ଯ୍ୟ କରୁଥିବା ଶୁଣିବାକୁ ମିଳେ । ଗ୍ରାମାଚଂଳ ଗୁଡିକରେ ସେମାନେ ବେଶ୍ ଓ ବହୁ ସଂଖ୍ୟା ରେ ସକ୍ରିୟ ଥିବା ଶୁଣିବାକୁ ମିଳେ । ତାହା ବି ସେହି ଅବସ୍ଥା କେହି କାର୍ଡ ପାଇଛି ତ କେହି ପଇସା ଦେଇ କାର୍ଡ ଅପେକ୍ଷା ରେ । ତାହା ଶ୍ରମ କାର‌୍ୟ୍ୟାଳୟ ର ଜାଣତରେ ହେଉ କି ଅଜାଣତରେ ପ୍ରସାସନ ଏଥିପ୍ରତି ଦୁରଷ୍ଟି ଦେଉନଥିବା ଚର୍ଚ୍ଚା ହୁଏ । ତେବେ ଏଠି ସବୁ ବ୍ୟବସ୍ଥା ଥାଈ ମଧ୍ୟ ଶୋଶିତ ହେଉଛନ୍ତି ନିରିହ ଶ୍ରମିକ । ତେବେ ଏଥି ପ୍ରତି ଜିଲ୍ଲା ପ୍ରସାସନ ଓ ଜିଲ୍ଲା ଶ୍ରମ ବିଭାଗ ଦୁରଷ୍ଟି ଦେବାକୁ ଜନ ସାଧାରଣ ରେ ବେଶ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here