ଗାଙ୍ଗପୁରରେ କୋଭିଡ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ

0
56

ଗାଙ୍ଗପୁର (ଓବି ନ୍ୟୁଜ) (ସନ୍ତୋଷ ବିଷୋୟୀ) : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଟ୍ରେସିଂ, ଟେଷ୍ଟିଙ୍ଗ୍ ଏବଂ ଟ୍ରିଟ୍ ମେଣ୍ଟ ଉପରେ ଗୁରୁତ୍ଵ ଦିଆଯାଉ ଥିବା ବେଳେ ଏଥିପାଇଁ ଅଧିକ କୋଭିଡ ପରୀକ୍ଷା କେନ୍ଦ୍ର ଏବଂ ସ୍ୱାବ୍ ସଂଗ୍ରହ କେନ୍ଦ୍ର ସବୁ ସ୍ଥାପନ କରା ଯାଉଛି I ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରେ ଆଜି ଏକ କୋଭିଡ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି I ଆଗରୁ ଏହି ଅଞ୍ଚଳର ଲୋକେ କୋଭିଡ ପରୀକ୍ଷା କରାଇବା ପାଇଁ ବେଲଗୁଣ୍ଠା, ଭଞ୍ଜନଗର, ବ୍ରହ୍ମପୁର ଯାଉଥିଲେ କିମ୍ବା ନିର୍ଦ୍ଦିଷ୍ଟ ତାରିଖରେ ପଞ୍ଚାୟତରେ ଅନୁଷ୍ଠିତ ଅସ୍ଥାୟୀ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରାଉଥିଲେ I କିନ୍ତୁ ବର୍ତ୍ତମାନ ହାତ ପାହାନ୍ତାରେ କୋଭିଡ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ଲୋକମାନେ ନିଜ ସୁବିଧା ଅନୁସାରେ ସ୍ଥାନୀୟ ପରୀକ୍ଷା କେନ୍ଦ୍ରରେ ସ୍ୱାବ ଦେଇ ନିଜର କୋଭିଡ ପରୀକ୍ଷା କରାଇ ପାରିବେ ବୋଲି ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ ଡକ୍ଟର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି I ଡକ୍ଟର ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଏହି କୋଭିଡ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ ଉତ୍ସବରେ ଗାଙ୍ଗପୁର କୋଭିଡ ଫାର୍ମାସିଷ୍ଟ ହେମନ୍ତ କୁମାର ନାୟକ, ବୋରି ସିଏଚ୍ ମନ୍ଦାକିନୀ ସମୁଦ୍ର, ଗାଙ୍ଗପୁର ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ ଯଜ୍ଞସେନ୍ ସୁବୁଦ୍ଧି, ଯୁବ ସମାଜସେବୀ ଜଗନ୍ନାଥ ନାୟକ, ସମାଜସେବୀ ସନ୍ତୋଷ କୁମାର ବିଷୋୟୀ , ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୂମ୍ନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ I ଆଜି ପ୍ରଥମ ଦିନରେ ନଅ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରାଯାଇଥିବା ବେଳେ ଆଗାମୀ ଦିନରେ ଜନ ସାଧାରଣ ସ୍ୱତଃପ୍ରବୃତ୍ତ ଭାବେ ଆଗେଇ ଆସି ନିଜର କୋଭିଡ ପରୀକ୍ଷା କରାଇ ନେବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି I

LEAVE A REPLY

Please enter your comment!
Please enter your name here