ନୟାଗଡ଼ ଜିଲ୍ଲା ହାଇସ୍କୁଲ ଶିକ୍ଷା କର୍ମଚାରୀଙ୍କ ଦରମା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା ଓ ଦାବିପତ୍ର ପ୍ରଦାନ

0
101

ଓଡଗାଁ, (ଓବି. ନ୍ୟୂଜ) (ବ୍ୟୁରୋ) : ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ବେଛାକୃତ ଅବସର ଘୋଷଣା ସାଙ୍ଗକୁ ଲମ୍ବା ଛୁଟିରେ ଯିବା ଏବଂ ଦୁଇ କ୍ଲାସ ୱାନ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟଭାର ନେବାକୁ ନିର୍ଦେଶ ପରେ କାର୍ଯ୍ୟରେ ଯୋଗ ନଦେବା କାରଣରୁ ଡିଇଓ ଅଫିସରେ ଏକା ରକମ ଅଚଳାବସ୍ଥା ଲାଗିରହିଛି | ଫଳରେ ପ୍ରାୟ 3 ହଜାର ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ଏଯାବତ ଅଗଷ୍ଟ ମାସର ଦରମା ପାଇନଥିବା ନେଇ ଓବି. ନ୍ୟୂଜ. ରେ ଖବର ପ୍ରସାରଣର ପ୍ରଭାବ ଦେଖା ଦେଇଛି | ଏପରି ସ୍ଥଳେ ବୁଧବାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ କର୍ମକର୍ତା ଏନେଇ ଜିଲ୍ଲାପାଳ ଡ଼ ପୋମା ଟୁଡୁଙ୍କ ସହିତ ଆଲୋଚନା କରିବା ସହିତ ତୁରନ୍ତ ଦରମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ | ଏହା ସହିତ ଜିଲ୍ଲା ଶିକ୍ଷା ବିଭାଗରେ ମୁଖ୍ୟ କିରାଣୀ ସମେତ ଅନ୍ୟ କିରାଣୀଙ୍କ ବଦଳି ପ୍ରକ୍ରିୟାରେ ହୋଇଥିବା କେତେକ ଅନିୟମିତତା ସମ୍ପର୍କରେ ଜଣାଇବା ସହିତ ଏହାର ତଦନ୍ତ କରିବାକୁ ଦାବୀ ପତ୍ର ପ୍ରଦାନ କରିଥିଲେ | ହେଲେ ଜିଲ୍ଲାପାଳ ଦରମା ପ୍ରଦାନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଓଷ୍ଟା ସଭାପତି ଅଯୋଧ୍ୟା ନାୟକ, ସମ୍ପାଦକ ମାଣିକେଶ୍ବର ସ୍ୱାଇଁ ଏବଂ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘ (ନୟାଗଡ )(ୟୁ ଟି ଆଇ ) ସଭାପତି ସୁବାସ ଚନ୍ଦ୍ର ମହାପାତ୍ର ଓ ସମ୍ପାଦକ ସୁଦର୍ଶନ ପ୍ରଧାନ ଏକ ମିଳିତ ପ୍ରେସ ବିଜ୍ଞପ୍ତି ରେ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here