ଅଖିଳ ଭାରତ କୃଷକ ସଭା ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ 11 ଦଫା ଦାବିପତ୍ର ପ୍ରଦାନ

0
4

ବେଗୁନିଆପଡା (ଓବି ନ୍ୟୁଜ) (ଗାୟତ୍ରୀ ଦେବି) : କୃଷି ଓ କୃଷକ ମାନଙ୍କ ପାଇଁ ଭାରତ ସରକାର ଆଣିଥିବା ତିନୋଟି ଅଧ୍ୟାଦେଶ ଯଥା କୃଷି ଉତ୍ପାଦ ବ୍ୟାପlର, ବାଣିଜ୍ୟ ପ୍ରୋତ୍ସାହନ ଓ ସହଯୋଗ ଅଧ୍ୟାଦେଶ-2020, କୃଷକ ମୂଲ୍ୟ ଆଶ୍ୱାସନ ଓ କୃଷିସେବା ଅଧ୍ୟାଦେଶ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ଅଧ୍ୟାଦେଶ ଇତ୍ୟାଦିକୁ ତୁରନ୍ତ ପ୍ରତ୍ୟାହାର, ସହ ଚଳିତ ବର୍ଷର ଖରିଫ ଚାଷ ପାଇଁ କୃଷି ବୀମା ନିମନ୍ତେ ଅବଧିକୁ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି, ଚାଷୀ ପଞ୍ଜିକରଣ ସମୟ ସୀମା ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବୃଦ୍ଧି, ସରକାରୀ ଦରରେ ଚାଷୀଙ୍କୁ ସାର ଯୋଗାଣ, ଚାଷୀଙ୍କ ସମସ୍ତ କୃଷି ଋଣ ଛାଡ, ‘ସ୍ୱମୀନାଥନ କମିଶନ ‘ସୁପାରିଶ ଅନୁଯାୟୀ ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଲାଭ ଜନକ ଦର ପ୍ରଦାନ, ପ୍ରତି କୃଷକଙ୍କୁ କୋଭିଡ ସମୟକାଳରେ ମାସିକ ଦଶ ହଜାର ଟଙ୍କା ସହାୟତା ପ୍ରଦାନ, ପ୍ରତ୍ୟେକ ପରିବାରକୁ ମୁଣ୍ଡ ପିଛା 15 କିଗ୍ରା ଚାଉଳ ସହ ଗହମ , ଡାଲି ଓ ଖାଇବା ତେଲ ପ୍ରଦାନ, ଜମି ହୀନ ଚାଷୀଙ୍କୁ ଦଖଲ ପଟ୍ଟା ପ୍ରଦାନ, ସମସ୍ତ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସନ୍ନମାନ ନିଧି ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଭାଗ ଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସହାୟତା ପ୍ରଦାନ କରିବା ଆଦି 11 ଦଫା ଦାବୀ ନେଇ ଅଖିଳ ଭାରତ କୃଷକ ସଭା, ବେଗୁନିଆପଡା ଶାଖା ପକ୍ଷରୁ ବେଗୁନିଆପଡା ବ୍ଲକ ଆଗରେ ବିକ୍ଷୋଭ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ବିଡ଼ିଓ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ବିଡ଼ିଓ ନିରାକାର ଜେନାଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ଏହି ସି ପି ଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଅଖିଳ ଭାରତ କୃଷକ ସଭା ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ, ଅଖିଳ ଭାରତ କୃଷକ ସଭା ବ୍ଲକ ସମ୍ପାଦକ ସତ୍ୟବାଦୀ ସ୍ୱାଇଁ, କୃଷକ ନେତା ସିମାଞ୍ଚଳ ବେହେରା, ଭାରତୀୟ କ୍ଷେତ ମଜଦୁର ସଭା ପକ୍ଷରୁ ବିଦ୍ୟାଧର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here