୨୦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ : ୬ ବିଦ୍ୟାଳୟ ରେ ଖାଲି ପଡ଼ିଥିବା ପଦବୀ କୁ ନେଇ ଅସନ୍ତୋଷ ।

    0
    15

    ବଡ଼ଚଣା (ଓବି ନ୍ୟୁଜ) (ସଂଜିତ କୁମାର ସାମଲ) : ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରେ ଥିବା ୨୬ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦୀର୍ଘ ବର୍ଷ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡି ରହିବା ପରେ ସେଥି ମଧ୍ୟରୁ ୨୦ ପଦବୀ ପୂରଣ ହୋଇଛି । ପୂର୍ବରୁ ଖାଲି ପଡ଼ିଥିବା ଉକ୍ତ ସ୍କୁଲ ଗୁଡିକରେ ବରିଷ୍ଠ ଶିକ୍ଷକ ମାନେ ଭାର ପ୍ରାପ୍ତ  ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ । ଯଦ୍ୱାରା ଶିକ୍ଷାଦାନ , ବିଦ୍ୟାଳୟ ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲା । ଏଥିପାଇଁ ଅବିଭାବକ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ପ୍ରଧାନ ଶିକ୍ଷକ ପଦବୀ ପୂରଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇ ବଡ଼ଚଣା ର ୨୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ କରାଯାଇଛି । ତେବେ ଆହୁରି ୬ ଟି  ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇ ପାରି ନାହିଁ । ଏହି ୬ ଟି ବିଦ୍ୟାଳୟ ମଧ୍ୟରେ ବଡ଼ଚଣା ସ୍ଥିତ ମହାବିନାୟକ ବିଦ୍ୟାୟନ , ଖଡିଆଙ୍ଗ ଉଚ୍ଚ ବିଦ୍ୟାଳୟ , ପଲ୍ଲୀ ପ୍ରଭା ବିଦ୍ୟାୟନ୍ ଜନକ , ବାଞ୍ଛା ବଟ ଉଚ୍ଚ ବିଦ୍ୟାଳୟ ବଡ଼ ବାଲିକୁଦା , ପଦ୍ମାଳୟା ଉଚ୍ଚ ବିଦ୍ୟାଳୟ ଭୁଲୁକା ରହିଛି । ତେବେ ଉପୋରୋକ୍ତ ପୁରାତନ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହୋଇ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଏବଂ ଯଥା ଶୀଘ୍ର ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଙ୍କ ନିକଟରେ ଦାବୀ ହୋଇଛି । 


    LEAVE A REPLY

    Please enter your comment!
    Please enter your name here