କ୍ରସର ରୁ ବେଆଇନ ଚାଲାଣ କରୁଥିବା ଗାଡ଼ି କୁ କାବୁ କରି ୪୫ହଜାର ଟଙ୍କା ଫାଇନ କଲେ ତହସିଲ ଦାର

0
28

ଦିଗପହଣ୍ଡି (ଓବି ନ୍ୟୁଜ) (ଶିବ ପ୍ରସାଦ ରଥ) : ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା ରେ ବେଆଇନ ଭାବେ କ୍ରସର ସାମଗ୍ରୀ ନେଇ ଯାଉଥିବା ଏକ ଗାଡ଼ି କୁ ଅଟକାଇ ଯାଞ୍ଚ କରିଥିଲେ ତହସିଲଦାର।ସୂଚନା ଏହା ଯେ ଦିଗପହଣ୍ଡି ସହର କୁ ପ୍ରବେଶ ପଥରେ ବ୍ରହ୍ମପୁର ପଟୁ ଆସୁଥିବା ଏକ ମେଟାଲ ବୋଝେଇ ଟ୍ରକ କୁ ଦିଗପହଣ୍ଡି ତହସିଲଦାର ଅଦେତ୍ୱ କୁମାର ସ୍ୱାଇଁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ।ଗାଡ଼ି ଟି ବ୍ରହ୍ମପୁର ରେ ଟ୍ରାନ୍ସପୋର୍ଟ କରିବା ପାଇଁ ଅନୁମତି ରହିଛି କିନ୍ତୁ ସେ ଦିଗପହଣ୍ଡି ସହରକୁ କେମିତି ଆସିଲା ତାହା ପ୍ରଶ୍ନବାଚୀ। ଗାଡ଼ି ନଂ od 07 R 5854 ଗାଡ଼ି ଟି ପଞ୍ଚାନନ ଷ୍ଟୋନ କ୍ରସର ରୁ ବେଆଇନ ଭାବେ ମେଟାଲ ନେଉଥିଲା।ତହସିଲଦାର ଙ୍କ ସୂଚନା ଏହା ଯେ କ୍ରସର ଗୁଡିକ ରୁ ଏପରି ଗାଡ଼ି ଗୁଡ଼ିକ ଫଉଜୁରୀ ଫର୍ମ ନେଇ ଲକ୍ଷାଧିକ ଟଙ୍କାର ରାଜ୍ୟସ୍ୱ କ୍ଷତି କରୁଛନ୍ତି।ଉକ୍ତ ଗାଡ଼ି ମାଲିକଙ୍କ ଠାରୁ ୪୫ହଜାର ଟଙ୍କା ଫାଇନ ଆଦାୟ କରି ଛଡ଼ାଯାଇଥିବା ସୂଚନା ମିଳିଛି।ଯଦି ଯାଞ୍ଚ କଡ଼ାକଡ଼ି କରାଯାଇ ଏପରି ବେଆଇନ ଭାବେ ଚାଲାଣ କରୁଥିବା ଗାଡ଼ି ଓ କ୍ରସର ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ତେବେ ଆଗାମୀ ଦିନରେ ଏପରି ରାଜ୍ୟସ୍ୱ ଫାଙ୍କି ବା ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here