ବେଲଗୁଣ୍ଠା ଏନ୍.ଏ.ସିର ପ୍ରଥମ ପରିଷଦର କାଉନସିଲରଙ୍କ ବିୟୋଗ ।

0
7

ବେଲଗୁଣ୍ଠା (ଓବି ନ୍ୟୁଜ) (ପ୍ରଭାତ ସାହୁ) -ବେଲଗୁଣ୍ଠା ଏନ୍.ଏ.ସି ଗଠନ ହେବାପରେ ପ୍ରଥମ ପରିଷଦର ନିର୍ବାଚିତ କାଉନସିଲର ଉଦୟନାଥ ସାହୁଙ୍କ ମଙ୍ଗଳବାର ଭୋର୍ ୪ଟାରେ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା ।ସେ କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ ।୧୯୭୪ ମସିହାରେ ବେଲଗୁଣ୍ଠା ସହର ଏନ୍.ଏ.ସି ଗଠନ ହୋଇଥିଲା ।ସେତେବେଳେ ୫ ଜଣ କାଉନସିଲର ନିର୍ବାଚିତ ହୋଇଥିଲେ ।ସେମାନଙ୍କ ମଧ୍ୟରୁ ସ୍ୱର୍ଗତ ସାହୁ କଂଗ୍ରେସ ଦଳରେ ନିର୍ବାଚନ ଲଢ଼ି କାଉନସିଲର ଭାବରେ ନିର୍ବାଚିତ ହୋଇଥିଲେ ।ସଚ୍ଚୋଟ, ଧର୍ମପରାୟଣ,ମିଷ୍ଠଭାଷୀ ବ୍ୟକ୍ତି ଭାବେ ସେ ବେଲଗୁଣ୍ଠା ଓ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ,ବୋହୂ,ଝିଅ,ଜ୍ୱାଇଁ,ନାତି ନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ଶୁଣି ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ରୋଡସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ ।କୋଭିଡ କଟକଣା ମଧ୍ୟରେ ତାଙ୍କ ମରଶରୀରକୁ ବେଲଗୁଣ୍ଠା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ତାଙ୍କ ବଡପୁଅ ରବୀନ୍ଦ୍ର ମୁଖାଗ୍ନି ଦେଇଥିଲେ ।ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଫଟୋ

LEAVE A REPLY

Please enter your comment!
Please enter your name here