କାର ବାଇକ ମୁହାଁମୁହିଁ ।

0
92

ମାଲକାନଗିରି (ଓବି ନ୍ୟୁଜ) (ଏମ ଚନ୍ଦ୍ର ରାଓ) : ମାଲକାନଗିରି ଜିଲ୍ଲା ନାୟକଗୁଡା ପଞ୍ଚାୟତ ଛକ ନିକଟରେ କାର ଏବଂ ବାଇକ ମୁହାଁମୁହିଁ ହୋଇ ଦୁର୍ଘଟଣା ଗସ୍ତ ହୋଇଛି । ସୂଚନା ଅନୁଯାୟୀ ଏକ ହୋଣ୍ଡା କାର OR 02 AF 6977 ମାଲକାନଗିରି ରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ଅନ୍ୟଦିଗରେ ଏକ ବାଇକ OD 24 A 7941 ନବରଙ୍ଗପୁର ଜିଲ୍ଲାରୁ ମାଲକାନଗିରି ଆସୁଥିବା ସମୟରେ ନାୟକଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଉଭୟ କାର ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ବାଇକ ଅରୋହୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର କିଛି ଓଁକ୍ସରେ ଆଘାତ ଲାଗିଛି ଓ କାର ଚାଳକ କୁ ମୁଣ୍ଡରେ କିଛି ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବାଇକ ଚାଳକଙ୍କୁ ଗ୍ରାମବାସୀ ମାନଙ୍କ ସାହାଯ୍ୟରେ 108 ଆମ୍ବୁଲାନ୍ସ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୁ ପଠା ଯାଇଛି । କାର ଚାଳକ ସୁସ୍ଥ ହେବାପରେ ଘଟଣା ସ୍ଥଳରୁ ଚାଲିଯାଇଥିବା ଗ୍ରାମବାସୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here