ସେବା ସପ୍ତାହ ଅବସରରେ ରୋଗୀଙ୍କୁ କ୍ଷୀର ଓ ବିସ୍କୁଟ ବଣ୍ଟନ

0
65

ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ) : ଆସନ୍ତା କାଲି ଅର୍ଥାତ ୧୭.୦୯.୨୦୨୦ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀଜୀଙ୍କ ୭୦ତମ ଜନ୍ମ ଦିବସ ପାଳନ ଉପଲକ୍ଷେ ଭାରତୀୟ ଜନତା ପାର୍ଟୀ ତରଫରୁ ୧୪ ରୁ ୨୦ ତିରିଖକୁ ସାରା ଦେଶରେ ସେବା ସପ୍ତାହ ରୂପେ ପାଳନ କରାଯାଉଛି।ଏହି ଅବସରରେ ଜି.ଉଦୟଗିରି ବିଜେପି ନଗର ସଭାପତି ଉଦେସନ ପ୍ରଧାନଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରର ମୂଖ୍ୟ ଡାକ୍ତର ଶକ୍ତିକାନ୍ତ ମଲ୍ଲିକଙ୍କ ପରାମର୍ଶ କ୍ରମେ ଆଜି ଜି.ଉଦୟଗିରି ବିଜେପି ମଣ୍ଡଳି ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ କ୍ଷୀର ଓ ବିସ୍କୁଟ ବଣ୍ଟନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଜେପି ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ବଗର୍ତ୍ତୀ,ବିଜେପି ନଗର ଉପଦେଷ୍ଠା ମନୋଜ କୁମାର ମହାପାତ୍ର, ଲକ୍ଷ୍ମଣ ଆଚାର୍ଯ୍ୟ,ଅଶୋକ ଆଚାର୍ଯ୍ୟ,ନଗର ବିଜେପି ମହିଳା ମୋର୍ଚ୍ଚା ସଭାପତି ସିଦ୍ଧେଶ୍ବରୀ ନାୟକ,ନଗର ବିଜୃପି ଏସ.ଟି ସେଲ ମହିଳା ମୋର୍ଚ୍ଚା ସଭାପତି ସୁଭଦ୍ରା ପ୍ରଧାନ,ବିଜେପି ନଗର ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ମୂନି,ସଭ୍ୟ ନୂତନ ପଟ୍ଟନାୟକ,ଗିତାଞ୍ଜଳି ପାଳ ପ୍ରମୁଖ ଉପସ୍ତିତ ଥିଲେ।

LEAVE A REPLY

Please enter your comment!
Please enter your name here