ଫେସବୁକ ହ୍ୟାକ କରି ଅଭିନବ ଉପାୟରେ ଟଙ୍କା ଠକେଇ

0
46

ଜି.ଉଦୟଗିରି (ଓବି ନ୍ୟୁଜ) (ପ୍ରତାପ ଚନ୍ଦ୍ର ପାଢୀ) : ବର୍ତ୍ତମାନର ସମୟରେ ଯୁଗ ଯେତେ ଆଗକୁ ଯାଉଛି ସେତିକି ବିପଦ ଥିବା ମଧ୍ୟ ଦେଖିବାକୁ ମିଳୁଛି।ସାମାନ୍ୟତମ ଅସାବଧାନତା ଯେ କେଉଁଭଳି ବିପଦ ମୂଖକୁ ନେଇ ଯିବ କିଛି କହି ହେବ ନାହିଁ।ଏମିତି ଏକ ଘଟଣା ଘଟିଛି ଜି.ଉଦୟଗିରି ସହରରେ।ଜି.ଉଦୟଗିରି କୋର୍ଟଷ୍ଟ୍ରୀଟ ଡାକଘରର ପୋଷ୍ଟମାଷ୍ଟରଙ୍କ ଫେଶବୁକକୁ ହ୍ୟାକ କରି ଅଭିନବ ଉପାୟରେ ଟଙ୍କା ଠକେଇରୁ ସ୍ପଷ୍ଠ ବାରି ହୋଇପଡୁଛି।ବିବରଣୀରୁ ପ୍ରକାଶ ଯେ ଗତ ୦୮.୦୯.୨୦ ତାରିଖ ଦିନ ସ୍ଥାନୀୟ କୋର୍ଟଷ୍ଟ୍ରୀଟ ଡାକଘରର ପୋଷ୍ଟମାଷ୍ଟର ଦିଲ୍ଲୀପ କୁମାର ମଲ୍ଲିକଙ୍କ ଫେସବୁକକୁ ହ୍ୟାକ କରି ଦିଲ୍ଲୀପଙ୍କ ଟଙ୍କା ଦରକାର ଥିବା କହି ବୁଟା ରାମ ନାମକ ଜଣେ ବ୍ୟକ୍ତିଙ୍କ ପେଟିଏମ ଏକାଉଣ୍ଟ ନଂ ୯୧୯୦୫୦୪୭୩୧ ଓ ଆଇ.ଏଫ.ସି ନଂ ପେ.ଟି.ଏମ ୦୧୨୩୪୫୬ କୁ ଟଙ୍କ ପଠା ହେବ କହି ଶ୍ରବଣ କୁମାର ପ୍ରଧାନ–୫୦୦୦’/- ଜୟଶିବ ପ୍ରଧାନ–୨୦୦୦/-,`ମିତୁ ପଣ୍ଡା–୧୦୦୦/- ଟଙ୍କା ଠକି ନେଇଥିବାବେଳେ ଅନ୍ୟମାନଙ୍କୁ ମଧ୍ୟ ଟଙ୍କା ମାଗୁଥିବାବେଳେ ଚତୁରତାର ସହ ପାଖକୁ ଆସି ଟଙ୍କା ନିଅନ୍ତୁ କହିବା ପରେ ଘଟଣାଟି ପଦାକୁ ଆସିଥିଲା।ଏ ନେଇ ଶ୍ରୀ ମଲ୍ଲିକ ଜି.ଉଦୟଗିରି ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହା ସାଇବର କ୍ରାଇମ ଏଣୁ ଏହାକୁ ଭୂବନେଶ୍ବର ସାଇବର କ୍ରାଇମ ଟିମ ବୁଝିବେ ବୋଲି କହିବାପରେ ଶ୍ରୀ ମଲ୍ଲିକ ଉକ୍ତ ଫୃସବୁକ ଆକାଉଣ୍ଟକୁ ଅକାମୀ କରିଥିବା ସୂଚନା ଦେଇଛନ୍ତି।ତେବେ କଥା ହେଉଛି ସାମାନ୍ୟତମ ଅସାବଧାନତା ବା ଫେସବୁକରେ ପଚାରିଲେ ନବୁଝିସୁଝି ହଁ କହିବା ,ଫୋନରେ କାର୍ଡ ନମ୍ବର ମାଗିବା ଭଳି ଆଦି ସମ୍ପର୍କରୁ ଦୂରରେ ନ ରହିବା ତାହା କେତେବଡ ବିପଦରେ ପକାଇବ ଏଥିରୁ ଜଣାପଡୁଛି।ଏଣୁ ଏଥିପ୍ରତି ସତର୍କତା ରହିବାର ଆବଶ୍ୟକତା ସମସ୍ତଙ୍କୁ ଅତି ଜରୁରୀ ଅଟେ।

LEAVE A REPLY

Please enter your comment!
Please enter your name here