ଗଜପତି:- ସେବା-ସପ୍ତାହ ପାଳନ ଅବସର’ରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

0
42

ପାରଳାଖେମୁଣ୍ଡି(ଓବି ନ୍ୟୁଜ) ଗଣେଶ ରାଜୁ):   ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ’ଙ୍କ ଆଜି ଜନ୍ମଦିନ ଉପଲକ୍ଷେ ଦେଶବ୍ୟାପୀ ପାଳନ ହେଉଥିବା ସେବା-ସପ୍ତାହ ଅବସର’ରେ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ପରିସର’ରେ ଥିବା ଜିଲ୍ଲା ରକ୍ତଭଣ୍ଡାର ଠାରେ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ଭାଜପା: ସଭାପତି ଶ୍ରୀ କେ:-ନାରାୟଣ ରାଓ’ଙ୍କ ଉପସ୍ଥିତି’ରେ କାର‌୍ୟ୍ୟକ୍ରମ’ର ଶୁଭାରମ୍ଭ ହୋଇଥିଲା । ଏହି କାର‌୍ୟ୍ୟକ୍ରମ’ରେ ୨୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା ।
ଏହି ଅବସରରେ ବିଧାୟକ ଶ୍ରୀ ରାଓ , କହିଥିଲେ ଯେ , ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ’ଙ୍କ ଜନ୍ମଦିନ ଅବସର’ରେ ପାରଳାଖେମୁଣ୍ଡି ଠାରେ ଆଜି ଭାଜପା ପକ୍ଷରୁ ଏହି ରକ୍ତଦାନ ଶିବିର କାର‌୍ୟ୍ୟକ୍ରମ’ର ଆୟୋଜନ କରାଯାଇଛି । ଅନ୍ୟ ପକ୍ଷରେ ତାଙ୍କ’ର ଜନ୍ମଦିନ ଅବସର’ରେ ସେବା ସପ୍ତାହ ପାଳନ ମଧ୍ୟ କରା ଯାଉଛି । ଏଥିପାଇଁ ବିଭିନ୍ନ ଦିନ ମାନଙ୍କ’ରେ ତଥା ଆସନ୍ତା ୨୦ ତାରିଖ ପର‌୍ୟ୍ୟନ୍ତ ବିଭିନ୍ନ ଠାରେ ଫଳ ବଣ୍ଟନ , ସଫେଇ , ଓ ବୃକ୍ଷ-ରୋପଣ ପ୍ରଭୃତି କାର‌୍ୟ୍ୟକ୍ରମ ସବୁ ଆୟୋଜନ ହେବାର ସ୍ଥିରୀକୃତ ହୋଇଛି । ତାଙ୍କ ଜନ୍ମଦିନ ଅବସରରେ ଆମେ ଭାଜପା ପକ୍ଷରୁ ଏଠାରେ ୨୦ ତାରିଖ ପର‌୍ୟ୍ୟନ୍ତ ବିଭିନ୍ନ କାର‌୍ୟ୍ୟକ୍ରମ ଆୟୋଜନ କରି ଖୁସିରେ ପାଳିବୁ ବୋଲି କହିଥିଲେ ।
ସମସ୍ତ ରକ୍ତଦାତା’ଙ୍କୁ ବିଧାୟକ ଶ୍ରୀ କେ:ନାରାୟଣ ରାଓ ଏବଂ ସିଡିଏମଓ: ଡାଃ ପ୍ରଦୀପ ପାତ୍ର ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।
ଏହି କାର‌୍ୟ୍ୟକ୍ରମ’ରେ ଅନ୍ୟମାନଙ୍କ ମଧ୍ୟରେ ସିଡିଏମଓ:-ଡା:ପ୍ରଦୀପ କୁମାର ପାତ୍ର , ଏଡିଏମଓ:-ଡାଃ ପ୍ରମୋଦ କୁମାର ପଣ୍ଡା ଓ ରକ୍ତଭଣ୍ଡାର ଇନଚାର‌୍ୟ ଅଫିସର ଡାଃ ଏନ:ରବିବାବୁ’ଙ୍କ ସମେତ ଭାଜପା ଯୁବମୋର୍ଚ୍ଚା’ର ବାବୁନା ବେହେରା , ଭାଜପା’ର ବରିଷ୍ଠ ନେତା ନୃସିଂହ ଚରଣ ପଟନାୟକ , ଚିତ୍ରୀ ସୀମାଡ୍ରି , ତ୍ରିପତି ନାୟକ , ଶରତ କୁମାର , ଜମିଦାର ପଟନାୟକ , ଜଗା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ସମସ୍ତ ରକ୍ତଦାନ କାର‌୍ୟ୍ୟକ୍ରମ’କୁ ରକ୍ତଭଣ୍ଡାର’ର ବରିଷ୍ଠ ଟେକ୍ନିସିଆନ ଶ୍ରୀ ଖଗେଶ୍ୱର ବେହେରା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here