କଟକରେ ବେରୋଜଗାରୀ ଟି ଷ୍ଟଲ

0
30

କଟକ (ଓବି ନ୍ୟୁଜ) (ଜଗନ୍ନାଥପ୍ରସାଦ ମହାନ୍ତି): କଟକ ସହରରେ ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରତିବାଦ । ଯେଉଁଥିରେ କିଛି ଶିକ୍ଷିତ ଯୁବକ ବିକ୍ରି କରିଥିଲେ ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସାରା ବିଶ୍ୱରେ ବିଜେପି କର୍ମୀ ମାନଙ୍କର ଦ୍ୱାରା ପାଳନ ହେଉଥିବା ବେଳେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଥିଲା । ଏନ ଏସ ୟୁ ଆଇ ର କର୍ମକର୍ତ୍ତା ମାନେ ବେ ରୋଜଗାରି ବିରୁଦ୍ଧରେ ଅଭିନବ ପନ୍ଥା ଅବଲମ୍ବନ କରି ପ୍ରତିବାଦ କରିଛନ୍ତି । ସେମାନେ ବେ ରୋଜଗାରୀ ଟି ଷ୍ଟଲ ଖୋଲି କେନ୍ଦ୍ରସରକାର ଙ୍କ ଛାତ୍ର ବିରୋଧୀ ନୀତିକୁ ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି । ସଂଗଠନ ଅଭିଯୋଗ କରିଛି କି ବର୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ଯେଉଁ ନୀତି ପ୍ରଣୟନ ହେଉଛି ତାହା ଦ୍ୱାରା ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯଦି ଏହିଭଳି ଚାଲେ ତେବେ ଶିକ୍ଷିତ ଯୁବକ ମାନେ ନିଜର ପ୍ରତିପୋଷଣ କରିବା ପାଇଁ ଏହିଭଳି ଚା ଓ ପକୁଡି ବ୍ୟବସାୟ କରିବେ ।

LEAVE A REPLY

Please enter your comment!
Please enter your name here