ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ପ୍ରଦାନ

0
70

ଓଡ଼ଗାଁ (ଓବି ନ୍ୟୁଜ) (ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ଓ ବ୍ଲକ ସମାଜ ମଙ୍ଗଳ ବିଭାଗ ଦ୍ୱାରା ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଛି । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡ଼ିଓ ସ୍ଵାତିଲେଖା ଦାସ, ଜିଲ୍ଲାପାଳ ପରିଷଦ ସଦସ୍ୟ ବିଭୁ ପ୍ରାସାଦ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଭାତ କୁମାର ସାହୁ ଓ ବ୍ଲକ ସାମାଜିକ ମଙ୍ଗଳ ଅଧିକାରିଣୀ ରାଜେଶ୍ୱନୀ ପ୍ରଧାନ ଓ ସିଆରଏସଆର ଭଦ୍ରକ କର୍ମକର୍ତା ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ମୋଟାମୋଟି ସାମାଜିକ ଦୂରତା ଓ ମାସ୍କ ପରିଧାନ ପୂର୍ବକ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା । ଏଥିରେ ୨୬ ଟ୍ରାଇସାଇକେଲ, ୮ ଚକ ଲଗା ଚୌକି, ୧୧ଶ୍ରବଣ ଯନ୍ତ୍ର, ୦୪ ସ୍ମାର୍ଟ ଫୋନ, ୧୦ ଆଶାବାଡି ସହିତ ଅନ୍ୟ କେତେକ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here