ବନ୍ୟା ବିପନ୍ନଙ୍କୁ ସହାୟତା

0
19

ସାଲେପୁର (ଓବି ନ୍ୟୁଜ) (ନୃସିଂହ ଚରଣ ମିଶ୍ର) ; ଉତ୍କଳ ବିପନ୍ନ ସହାୟତା ସମିତି ପକ୍ଷରୁ ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି | ଏହି ବ୍ଲକର ପାଣ୍ଡୀଆକେରା, ଗଡ଼ମାଟିଆପଡା, ନୁଆସାହି, ଘରଛିଆ, ବାଙ୍କତଳ, ବାରଦା କଖାରୁବସ୍ତ ବଗିପଡା, ବାଦଲପୁର ଆଦି ଗାଁରେ ଗୋଖାଦ୍ୟ, ମଶାରୀ, ପାଲ, ସହିତ ଶୁଖିଲା ଖାଦ୍ୟ, ସୋଲାର ଲାଇଟ ଇତ୍ୟାଦି 1ହଜାର ପରିବାରକୁ ବଣ୍ଟନ କରାଯାଇଛି | ଏହିକାର୍ଯ୍ୟରେ ଆରଏସଏସର ସୁକାନ୍ତ ସାମନ୍ତରାୟ, ହାଡିବନ୍ଧୁ ଚମ୍ପତି, ବିଭୁତି ଭୂଷଣ ପାଇକରାୟ, ଅଶୋକ ସାହୁ, ଓକିଲ ପ୍ରଧାନ, ଅଭିମନ୍ୟୁ ମହାପାତ୍ର ଜାଗୃତିର ସଭାପତି ପ୍ରଭାତ ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ | ସେହିପରି ସମାଜସେବୀ ଶ୍ରୀ ପାଇକରାୟଙ୍କ ଉଦ୍ୟମରେ ଗଡ଼ମାଟିଆପଡା ଓ ନୁଆସାହିର 3ଶହ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here