ହିଞ୍ଜିଳି ପୂର୍ବତନ ବିଡ଼ିଓ ହେଲେ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ

0
207

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର): ହିଞ୍ଜିଳିକାଟୁରେ ୨୦୧୪ରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ ମନୋଜ କୁମାର ସ୍ୱାଇଁ । ସେ ଜଣେ ମେଳାପି, କର୍ତବ୍ୟନିଷ୍ଠ ବ୍ୟକ୍ତି ଥିଲେ । ହିଞ୍ଜିଳିକାଟୁରେ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ । ସେ ପ୍ରତ୍ୟେକ କ୍ଷେତ୍ରରେ ପାରଦର୍ଶିତା ରହିଥିଲେ । ହିଞ୍ଜିଳିକାଟୁରୁ ଗତ ୧୯.୫.୨୦୧୬ରେ ସେ ପଦୋନ୍ନତି ହୋଇ ଓଡ଼ିଶା ଖଣି ନିଗମର ସ୍ୱତନ୍ତ୍ର ସଚିବ ଭାବେ ସେ ଭୁବନେଶ୍ୱରକୁ ବଦଳି ହୋଇଥିଲେ । ଏହାର ସେ ଅତିରିକ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ଠିକ୍ ଭାବେ ନିଭାଇଥିଲେ । କିଛି ବର୍ଷ ପରେ ଗତ ଶୁକ୍ରବାର ୨୧.୬.୨୦୧୯ ସେ ମୁଖ୍ୟମନ୍ତ୍ରୀଙ୍କ ଉପସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗର ପତ୍ର ନଂ ୧୬୯୭୨ରେ ପ୍ରକାଶ ପାଇଛି । ଏଥି ପାଇଁ ହିଞ୍ଜିଳିକାଟୁର ସମସ୍ତ ସାମ୍ବାଦିକ ଓ ବ୍ଲକ କର୍ମକର୍ତା ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here