ବଡ଼ଶଙ୍ଖ କୁ ସଂଯୋଗ ସେତୁ ନଥିବା ଯୋଗୁଁ ବିପଦରେ ଅଞ୍ଚଳବାସୀ

1
121

ଗଞ୍ଜାମ (ଓବି ନ୍ୟୁଜ)(ଉମାକାନ୍ତ ବେହେରା) ; ଗଞ୍ଜାମ ସହର ଠାରୁ ବଡ଼ଶଙ୍ଖ ମଧ୍ୟରେ ଋଷିକୂଲ୍ୟା ନଦୀ ଉପରେ ସଂଯୋଗ ସେତୁ ରହି ନଥିବା ଫଳରେ ଅଞ୍ଚଳ ବାସୀ ଋଷିକୂଲ୍ୟା ନଦୀ ରେଳବ୍ରିଜ ଉପରେ ବିପଦ ସଙ୍କୁଳ ଭାବେ ଯିବାପାଇଁ ବାଧ୍ୟ ହୋଇଥାନ୍ତି। ଏପରି ଅନେକ ସମୟରେ ଲୋକେ ମୃତାହତ ହେଉଥିବା ନଜିର ରହିଛି।
ଶୁକ୍ରବାର ଓଜନିଆ ଚାଉଳ ବସ୍ତା ସାଇକେଲ ରେ ନେଇ ଆସୁଥିବା ବେଳେ ଦାମୋଦରପୁର ଗ୍ରାମର ପାଣୁଆ ବେହେରା (56)
ଙ୍କ ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଛି।ପାଣୁଆ ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିଶପେଣ୍ଠ ଗ୍ରାମରୁ ପୁର୍ବାହ୍ଣ ସମୟରେ ଚାଉଳ ବସ୍ତା ସାଇକେଲ ରେ ଲଦି ନିଜ ଗ୍ରାମକୁ ଫେରୁଥିଲେ।ହେଲେ ଟାଣ ଖରା ରେ ଫେରୁ ଥିବା ବେଳେ ବଡ଼ ଶଙ୍ଖ ନିକଟରେ ଦୋକାନ କି ଘରଦ୍ୱାର ନଥିବାରୁ ପାଣି ଟିକେ ମିଳି ନଥିଲା । ଓଜନିଆ ଚାଉଳ ବସ୍ତା ନେଇ ରେଳ ବ୍ରିଜ ଉପରେ ଫେରିବା ସମୟରେ ତୁଷାତ୍ର ପାଣୁଆ ଙ୍କ ରେଳ ବ୍ରିଜ ଉପରୁ ବସ୍ତା କନ୍ଧେଇ ଆସୁଥିବା ସମୟରେ ଟଳି ପଡ଼ିଥିଲେ। ତାଙ୍କୁ ସଂଗେ ସଂଗେ 108 ଆମ୍ବୁଲାନ୍ସ ରେ ମେଡିକେଲ ନିଆଯାଇଥିଲା।ବ୍ରହ୍ମପୁର ବଡ଼ମେଡିକାଲ୍ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନା ଯୋଗ୍ୟ 2003 ମସିହା ଋଷିକୂଲ୍ୟା ନଦୀ ଉପରେ ଖଲ୍ଲିକୋଟ ରାଜା ଙ୍କ ଦ୍ଵାରା କଲିକତା ଓ ଚେନାଇ କୁ ସଂଯୋଗ କରୁଥିବା 5 ନମ୍ବର ଜାତୀୟ ରାଜପଥ ରେ ନିର୍ମାଣ କରାଯାଇଥିବା ସଡକ ପୋଲଟି ଭାଙ୍ଗି ଯାଇଥିଲା। ସେହିଦିନ ଠାରୁ ଗଂଜାମ ସହର ସମେତ ଗଞ୍ଜାମ, ଛତ୍ରପୁର ଓ ପୁରୁଷୋତ୍ତମ ପୁର ପ୍ରମୁଖ ବ୍ଲକ ର ବିଭିନ୍ନ ପଞ୍ଚାୟତ ବାସୀ ପ୍ରତ୍ୟହ ରେଳ ପୋଲ ଉପରେ ବିପଦ ସଂକୁଳ ଭାବେ ଯିବା ଆସିବା କରିବାକୁ ବାଧ୍ୟ ହୋଇଛନ୍ତି। ଏହା ଫଳରେ ବଡ ଶଙ୍ଖ ଠାରେ ଗଢି ଉଠୀଥିବା ଜନ ବସତି ଦୋକାନ ବଜାର ଉଠି ଯାଇଥିଲା। ଫଳରେ ଅଞ୍ଚଳବାସୀ
ଆର୍ଥିକ ଅବନତି ଘଟିଥିଲା।
ଛାତ୍ର,ଛାତ୍ର,ଶିକ୍ଷକ, କର୍ମଚାରୀ,ଶ୍ରମିକ ମାନେ ରେଳ ପୋଲ ଉପରେ ଯିବାକୁ ବାଧ୍ୟ ହେଲେ। ପନିପରିବା ବ୍ୟବସାୟୀ ,ମାଛ ବ୍ୟବସାୟୀ ଓ ମାଟି ପାତ୍ର ବ୍ୟବସାୟୀ ମାନେ ମଧ୍ୟ ଓଜନଦାର ବସ୍ତା ମୁଣ୍ଡରେ ଓ ସାଇକେଲ ରେ ଲଦି ରେଳ ବ୍ରିଜ ଉପରେ ଜୀବନ କୁ ପାଣି ଛଡାଇ ଯିବାକୁ ବାଧ୍ୟ ହୋଉଛନ୍ତି। ସ୍ଥାନୀୟ ଅଞ୍ଚଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେହି ସ୍ଥାନରେ ଏକ ସଡକ ପୋଲ ନିର୍ମାଣ କରିବା କୁ ସରକାର ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।

1 COMMENT

  1. Useful officers took such decision when dismantled the old bridge, it’s able take a motor cycle load, two wheelers and pedastrians. There should be another revolt to immediately construct another bridge.

LEAVE A REPLY

Please enter your comment!
Please enter your name here