ବୀରମହାରାଜପୁର (ଓବି ନ୍ୟୁଜ) (ସୂର୍ୟ୍ୟ ନାରାୟଣ ପଣ୍ଡା): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମେଣ୍ଡାମାଳ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା ! ଗାଁର ଗୋବିନ୍ଦ କ୍ଷେତୀଙ୍କ ଆକାଉଣ୍ଟ ରୁ ୫୦ ହଜାର ଟଙ୍କା ଗାୟବ ! ସୂଚନ ଅନୁସାରେ – ଗତ ୧୫ ତାରିଖରେ ଗୋବିନ୍ଦ ଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ଲୋକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି ଆଧାର ନମ୍ବର, ଏଟିଏମ୍ ନମ୍ବର ଏବଂ ଓଟିପି ନ ଦେଲେ ତାଙ୍କର ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି କହିଥିଲେ। ଗୋବିନ୍ଦ ଆକାଉଣ୍ଟ ବନ୍ଦ ହୋଇଯିବା ଭୟରେ ସବୁ ସୂଚନା ଦେଇଦେଇଥିଲେ। କିଛି ସମୟ ଭିତରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଉଠାଯାଇଥିବା ଜାଣିଥିଲେ ଗୋବିନ୍ଦ। ସେ ବହୁ କଷ୍ଟରେ ସଂଚୟ କରିଥିବା ଅର୍ଥ ଲୁଟ୍ ହୋଇଯିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି।ଏନେଇ ଗୋବିନ୍ଦ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିବା କହିଛନ୍ତି !