ଅତାବିରା ନିର୍ବାଚନ ମଣ୍ଡଳୀ ଜନସାଧାରଣଙ୍କ ପାଇଁ କୋଭିଡ ହେଲ୍ପଲାଇନ ଜାରି କଲେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ

0
52

ପଦ୍ମପୁର(ଓବି ନ୍ୟୁଜ) (କୁଞ୍ଜବିହାରୀ ସାହୁ): ବର୍ତ୍ତମାନ ବରଗଡ ଜିଲ୍ଲାରେ କରୋନା ମହାମାରୀ ଉଗ୍ର ରୁପ ଧାରଣ କରିଥିବା ହେତୁ ଅତାବିରା ନିର୍ବାଚନ ମଣ୍ତଳୀର ସମସ୍ତ ଜନସାଧାରଣଙ୍କ ସୁରକ୍ଷା ପାଇଁ କୋଭିଡ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗୀନି ଛୁରୀଆ । ଏହି ସମୟରେ ଅନେକ ଲୋକ ମାର୍ଗଦର୍ଶନ ଅଭାବରୁ ଚିକିତ୍ସା ପାଇବାରୁ ଅବହେଳିତ ହେଉଥିବା ଖବରମାନେ ପ୍ରତିଦିନ ପ୍ରକାଶିତ ହେଉଅଛି । ଲୋକେ ଯେମିତି କୌଣସି ଜାଗାରେ ହଇରାଣ ନ ହୁଅନ୍ତୁ ସେଥିପାଇଁ ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି କର୍ମୀଙ୍କୁ ନେଇ ଏକ ୧୦ ଜଣିଆ ଦଳକୁ ନେଇ ହେଲ୍ପଲାଇନ ଜାରି କରିଛନ୍ତି । ଆପଣ ମାନେ ଏହି ମହାମାରୀ ସମୟରେ କୋଭିଡ ସମ୍ପର୍କୀୟ କୌଣସି ସମସ୍ୟା ପାଇଁ ଏହି ହେଲପଲାଇନରେ ଯୋଗଯୋଗ କରିପାରିବେ ବୋଲି କହିଛନ୍ତି ଶ୍ରୀମତୀ ଛୁରୀଆ । ବିଧାୟିକାଙ୍କ ଏହି ପ୍ରୟାସକୁ ଲୋକେ ଭୁୟସୀ ପ୍ରଶଂସା କରିଛନ୍ତି ଏହା ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ପ୍ରେରଣା ର ଉତ୍ସ ସାଜିବ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here