ଅସରାଏ ବର୍ଷାରେ ଆଣ୍ଠୁଏ ପାଣି

0
52

ଧର୍ମଗଡ଼ (ଓବି ନ୍ୟୁଜ)(ବରଦା ପ୍ରସନ୍ନ ନାୟକ): ଧର୍ମଗଡ଼ସ୍ଥିତ ଶିକ୍ଷକ ଶିକ୍ଷଣ ପ୍ରତିଷ୍ଠାନ ନିକଟ ରାସ୍ତାରେ ବର୍ଷା ପାଣି ଜମି ରହିଛି । ଯାହାଫଳରେ ଯିବା ଆସିବା କରିବାରେ ବହୁତ ଅସୁବିଧା ହେଉଛି । ବର୍ତମାନ ସ୍କୁଲ ସବୁ ଖୋଲିଯାଇଥିବାରୁ ଏହି ରାସ୍ତା ଦେଇ ଶହଶହ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଯିବା ଆସିବା କରିଥାନ୍ତି । କିନ୍ତୁ ବର୍ତମାନ ଏହି ରାସ୍ତାରେ ପାଣି ଜମି ରହିଥିବା ଫଳରେ ଯିବା ଆସିବା ଅସମ୍ଭବ ହୋଇପଡ଼ୁଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here