ସହିଦ ଭଗତ ସିଂଙ୍କ ଜନ୍ମ ଜୟନ୍ତୀ ପାଳିତ

0
28

ଗଞ୍ଜାମ (ଓବି ନ୍ୟୁଜ) (ଉମାକାନ୍ତ ବେହେରା): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ର ନିଳାଦ୍ରୀପୁର ଠାରେ ସହିଦ ଭଗତସିଂ ଙ୍କ ୧୧୩ତମ ଜନ୍ମ ବାର୍ଷିକ ଉତ୍ସଵ ପାଳିତ ହୋଇଯାଇଛି । ଡି ୱାଇ ଏଫ ଆଇ ପକ୍ଷରୁ ଚଳିତ କାର୍ଯ୍ୟକ୍ରମରେ ସି ପି ଏମ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ରାମଚନ୍ଦ୍ର ନାୟକ,ଆଞ୍ଚଳିକ କମିଟି ସମ୍ପାଦକ ଦିଲୀପ ଛୋଟରାୟ, ଡି ୱାଇ ଏଫ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ସୁଜିତ ବେହେରା,ବ୍ଲକ ସଭାପତି ସୁନୀଲ ସାଗର ଗୌଡ଼,ବ୍ଲକ ସଙ୍ଗଠକ ଶ୍ରୀଧର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସହିଦ ଭଗତ ସିଂ ଙ୍କ ଦେଶ ପାଇଁ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କର ଜନ୍ମଦିନ କୁ ସାମ୍ରାଜ୍ୟବାଦୀ ବିରୋଧ ଦିବସ ରୂପେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବିତ ସ୍ୱାଇଁ,ଗଙ୍ଗାଧର ରେଡି,ଦିନାକର ରେଡି,ରାମ ରେଡି,ଲିଙ୍ଗରାଜ ରେଡି,ଏ. ଦାନେୟା,ବିଷ୍ଣୁ ସାହୁ,ଅଭିରାମ ଗୌଡ଼,ପି.ହରେକୃଷ୍ଣ ରେଡି ପ୍ରମୁଖ ଙ୍କ ସମେତ ବହୁ ଯୁବ ଛାତ୍ର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here