ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ

0
17

ବ୍ରହ୍ମପୁର (ଓବି ନ୍ୟୁଜ) (ବ୍ୟୁରୋ): ବ୍ରହ୍ମପୁର ସହର ସ୍ଥିତ ଗୋଇଲୁଣ୍ଡି ଛକ ଠାରେ ଏମର୍ଜିନ୍ସ ବ୍ଲଡ଼ ଅର୍ଗାନାଇଜେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ପ୍ରତିଷ୍ଠାତା ସୀମାଞ୍ଚଳ ଡାକୁଆ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମାଜସେବୀ ପୀତବାସ ପଣ୍ଡା ଯୋଗଦେଇ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଶୁଭ ଉଦଘାଟନ କରିଥିଲେ । ସମାଜସେବୀ ଭୀମରାଜ ରେଡି, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଏପରି ଜନ ହିତକର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଅନୁଷ୍ଠାନର ସଭାପତି କିରଣ କୁମାର ସାତପଥୀ,ସମ୍ପାଦକ ଭୈରବ ସାହୁ, ସନ୍ତୋଷ କୁମାର ପଟନାୟକ,ସନ୍ତୋସିନୀ ବେହେରା,ରାକେଶ କୁମାର ନାୟକ,ଟି.ବିଜୟ ରାଓ ପ୍ରମୁଖ ଅନୁଷ୍ଠାନର ସଦସ୍ୟ ଶିବିରର ସୁ ପରିଚାଳନା କରିଥିଲେ। ଶୁସାନ୍ତ ପାଣିଗ୍ରାହୀ,ରଶ୍ମିତା ପାଣିଗ୍ରାହୀ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ କର୍ତ୍ତୃପକ୍ଷ ପହଞ୍ଚି ରକ୍ତ ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here