ଦୁର୍ଗମ ଆଦିବାସୀ ୫ ଗାଁକୁ ଥଇଥାନ ପାଇଁ ପହଂଚିଲେ ତହସିଲାଦାର

0
47

ପାତ୍ରପୁର(ଓବି ନ୍ୟୁଜ)(ବଦ୍ରି ରଣା): ପାତ୍ରପୁରବ୍ଳକ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ପଂଚାୟତର ଦୁର୍ଗମ ପାଂଚଞ୍ଚ ଗ୍ରାମକୁ ଥଇଥାନ ପାଇଁ ଆଦିବାସୀ ଗ୍ରାମଗୁଡ଼ିକରେ ତହସିଲଦାର ପହଂଚିଥିବା ଜଣାପଡ଼ିଛି । ଆଜି ତହସିଲଦାର ଡ଼. ଶ୍ରୀନିବାସ ବେହେରା ବେହରାପୁଟୁ, ଶିରିଶଗଣ୍ଡ, ଏଲଗଲ, ମାଡ଼ୁଆଗୁମ୍ମା, ଝରବାଡ଼ ପ୍ରମୁଖ ଏହି ଦୁର୍ଗମ ୫ ଆଦିବାସୀ ଗ୍ରାମକୁ ଯ୍ଧବ ଆଦିବାସୀଙ୍କ ସହ ଆଲୋଚନା କରି ଚିଠା ପ୍ରସ୍ତୁତ କରିଛନ୍ତି । ତିତଲି ବାତ୍ୟା ପରେ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ ଗ୍ରାମ ମାନଙ୍କୁ ଯାଇ ବୁଝାଇ ଥଇଥାନ ପାଇଁ କହି ଫେରିଥିଲେ । ଏବେ ଏହି ଆଦିବାସୀ ଗ୍ରାମବାସୀଙ୍କ ୁଅଳାଁଗୁମ୍ମା ନିକଟରେ ଥଇଥାନ କରାଯିବ ବୋଲି ଜଣାପଡ଼ିଛି । ତହସିଲଦାର ଶ୍ରୀବେହେରାଙ୍କ ସହ ବହୁ ତହସିଲ କର୍ମକର୍ତା ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here