କରେନା ସଚେତନା କାର୍ଯ୍ୟକ୍ରମ

0
72

ରଙ୍ଗେଇଲୁଣ୍ଡା (ଓବି ନ୍ୟୁଜ) (ଟୁଟୁ ମହାପାତ୍ର): ସ୍ଥାନୀୟ ରଙ୍ଗେଈଲୁଣ୍ଡା ବ୍ଲକ ପରିସରରେ ଥିବା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ।ଳୟ ଠାରେ ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରଭାତୀ ମହାପାତ୍ର ଙ୍କ ପୌରାହିତ୍ୟ ରେ ଏବଂ ଜିଲ୍ଲା ରେଡ଼କ୍ରସ ଓ ଜିଲ୍ଲା ସ୍କାଉଟ ପକ୍ଷ ରୁ କରେନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ରଙ୍ଗେଈଲୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ କୁମାର ନାଗଭୁଷଣ ଉକ୍ତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ବ୍ଲକ କାର୍ଯ୍ୟ।ଳୟ ପରିସର ରୁ ଏକ ସଚେତନ ଶୋଭାଯାତ୍ରା ବାହାରି କନିସି ହାଟ ସ୍ଥିତ ଖୁଚୁରା ପରିବା ବେପାରୀ ଙ୍କ ସହ ସ୍ଥାନୀୟ ଜନସାଧାରଣ ଙ୍କୁ ମାସ୍କ, ସାବୁନ ଆଦି ବଣ୍ଟନ କରି କରେନା ରୁ କିପରି ମୁକ୍ତି ମିଳିବ ସେ ବିଷୟ ରେ ବୁଝାଇଥିଲେ । ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁମାର ନାଗଭୁଷଣ ନିଜେ ଲୋକ ମାନଙ୍କୁ ମାସ୍କ ପିନ୍ଧାଉ ଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ଏକ ସହ ରୁ ଉର୍ଦ୍ଧ ଲୋକ ଙ୍କୁ ମାସ୍କ, ସାବୁନ, ସାନିଟାଇଜର ବଣ୍ଟନ କରା ଯାଇଥିଲା । ଆଜିର ଉକ୍ତ କାର୍ଯ୍ୟକ୍ରମ ରେ ଜାଭିୟର ସ୍କୁଲ, ମିନାକ୍ଷୀ ନଗର, କେସି ପବ୍ଲିକ ସ୍କୁଲ, ଟାଟା ବେଂଜ଼, ଏସଏସଭିଏମ ସ୍କୁଲ, ରାମହରି ନଗର, ର ସ୍କାଉଟ ଶିକ୍ଷକ ମାନେ ଅଂଶ ଗ୍ରହଣ କରିଥିଲେ । ଏହିପରି ଏକ ସୁନ୍ଦର ସଚେତନତା କାର୍ଯ୍ୟକ୍ରମ କୁ ଅଂଚଳ ବାସି ପ୍ରଂଶସା କରିଥିଲେ ।

LEAVE A REPLY

Please enter your comment!
Please enter your name here