ଡମ୍ପିଂୟାର୍ଡ ପାଲଟିଛି ବେଲଗୁଣ୍ଠା ଶ୍ମଶାନ: ଏଠି ଶବ ଭୋଗୁଛି ଯନ୍ତ୍ରଣା

0
53

ବେଲଗୁଣ୍ଠା (ଓବି ନ୍ୟୁଜ) (ପ୍ରଭାତ ସାହୁ): ଗତ କିଛି ବର୍ଷ ହେବ ବେଲଗୁଣ୍ଠା ସହରର ବିକାଶର ଗତି ଶିଥିଳ ହୋଇନଥିବା ବେଳେ ଶ୍ମଶାନର ଅବସ୍ଥା କହିଲେ ସରିବ ନାହିଁ । ଏଠାକୁ ଶବ ସତ୍କାର ପାଇଁ ଆସୁଥିବା ବ୍ୟକ୍ତି ମାନେ ତ ଅସୁବିଧା ଭୋଗୁଛନ୍ତି ତା ସହ ଶବ ମଧ୍ୟ ଯନ୍ତ୍ରଣା ଭୋଗିବା ପରି ଲାଗୁଛି । ସହରର ମୁଖ୍ୟ ରାସ୍ତା ରୁ କିଛି ଦୁର ତଥା ସୁତୁମସର ରୋଡ଼ ରେ ଅବସ୍ଥିତ ଏହି ଶ୍ମଶାନଟି ବେଲଗୁଣ୍ଠାର ଡମ୍ପିଂୟାର୍ଡ ପାଲଟିଛି । ଶ୍ମଶାନର ଭିତରେ ବେଲଗୁଣ୍ଠା ସହରର ସମସ୍ତ ଅଳିଆ, ଆବର୍ଜନା ବହୁ ବର୍ଷ ଧରି ପଡି ରହି ପଚିସଢି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ବର୍ତ୍ତମାନର କରୋନା ପରିସ୍ଥିତିରେ ଏ ପରି ପରିବେଶ ନେଇ ବେଲଗୁଣ୍ଠା ସହରର ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଶ୍ମଶାନକୁ ଯିବା ପାଇଁ ରାସ୍ତାରେ ପଚା ପାଣି ଭର୍ତ୍ତି ହୋଇ ରହିଛି, ଶବ ସତ୍କାର ସ୍ଥାନରେ ମଧ୍ୟ ପାଣି ଜମିରହିଛି ।ଫଳରେ ଶବ ସତ୍କାର ପାଇଁ ସ୍ଥାନ ଅଭାବରୁ ସତ୍କାର ପାଇଁ ଯାଉଥିବା ବେଲଗୁଣ୍ଠା ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସତ୍କାର ପାଇଁ ସ୍ଥାନ ନିରୁପଣ କରୁ କରୁ ଶବ ଦୁଇ ଘଣ୍ଟା ପଡିରହୁଥିବା ଲକ୍ଷ୍ୟ କରାଯାଇଛି । ଏହାକୁ ନେଇ ବହୁ ଥର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ବର୍ତ୍ତମାନ ସୁଦ୍ଧା ମିଳିପାରୁନାହିଁ । ଫଳରେ ବେଲଗୁଣ୍ଠା ଶ୍ମଶାନକୁ ନେଇ ସହରବାସୀଙ୍କ ମନର ତୀବ୍ର ଅସନ୍ତୋଷ ଦେଖାଦେଇଛି । ବେଲଗୁଣ୍ଠା ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ,ବେଲଗୁଣ୍ଠା ସମସ୍ତ ଶ୍ମଶାନ ନବୀକରଣ ପାଇଁ ତଥା ମୋଡେଲ୍ କ୍ରେମାଟୋରିୟମ କରିବା ପାଇଁ ୭୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଆସନ୍ତା ଦୁଇ ତିନି ଚାରି ମାସ ମଧ୍ୟରେ ଯୁଦ୍ଧ କାଳୀନ ଭିତ୍ତିରେ ତାହା ସମାପ୍ତ ହେବ । ସହରବାସୀ ଏ ନେଇ ପ୍ରଶାସନକୁ ସହଯୋଗ କରିବା ପାଇଁ ସେ ନିବେଦନ କରି ନିଜର ପ୍ରତିକ୍ରିୟା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here