କମାରଶାଳରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

0
147

ହିଞ୍ଜିଳିକାଟୁ(ଓବି ନ୍ୟୁଜ)(ପବିତ୍ର ପାତ୍ର):ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ସାମ୍ନାରୁ ଆଜି ସକାଳେ ଯୁବକଙ୍କ ମୃତ ଦେହ ମିଳିଛି।ମୃତକ ଜଣକ ପାଟଣାସାହି ବାସିନ୍ଦା ରଙ୍କ ମୂଳିଙ୍କ ପୁଅ ନିରଞ୍ଜନ ମୂଳି ବୋଲି ଜଣାପଡ଼ିଛି।ଖବର ପାଇଁ ହିଞ୍ଜିଳି ଥାନା ସବ୍ ଇନସ୍ପେକ୍ଟର ପ୍ରଦୀପ୍ତ କୁମାର ଦାସ, ମମତା ସାମନ୍ତରାୟ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରି ୩୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ ପଠାଇଛିନ୍ତି।କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଠ ହୋଇନାହିଁ।ମୃତକଙ୍କ ୩ଟି ସନ୍ତାନ ଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here