ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ

0
50

ବେଲଗୁଣ୍ଠା(ଓବି ନ୍ୟୁଜ)(ସନ୍ତୋଷ ବିଷୋୟୀ): ଗୁରୁବାର ସନ୍ଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବାରଟା ଗ୍ରାମର ଅଭିମନ୍ୟୁ ଗୌଡ(୫୭) ନିଜ ସାଇକେଲ୍ ଯୋଗେ କ୍ଷତ୍ରିୟବରପୁର ପଟୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ଆମ୍ବଡୋଳି ଛକ ନିକଟସ୍ଥ ଅଳସୁଆ ଶଙ୍ଖ ଠାରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ପଛପଟୁ ଧକ୍କା ଦେଇ ଚାଲିଯାଇଥିଲା । ସ୍ଥାନୀୟ କିଛି ଲୋକ ଘଟଣା ସ୍ଥଳକୁ ଯାଇ ଦେଖିଲା ବେଳକୁ ଅଭିମନ୍ୟୁଙ୍କ ମୁଣ୍ଡଟି ଚାପି ହୋଇଯିବା ସହ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ଦୁର୍ଘଟଣା ବିଷୟରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ୍ ଘଟଣା ସ୍ଥଳରୁ ଏକ ଭଙ୍ଗା ଦର୍ପଣ ପାଇ ସନ୍ଦେହ କରୁଛି ଯେ କୌଣସି ଏକ ଚାରି ଚକିଆ ଗାଡ଼ି ପ୍ରଥମେ ଅଭିମନ୍ୟୁଙ୍କ ସାଇକେଲ୍ କୁ ଧକ୍କା ଦେବା ଫଳରେ ସେ ତଳେ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଗାଡ଼ିର ଚକା ମାଡି ଯାଇଛି । ପ୍ରକାଶ ଥାଉ କି ମୃତ ଅଭିମନ୍ୟୁ ଏକ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ପରେ ସ୍ଵର୍ଗତ ଗୌଡଙ୍କ ପରିବାର ସମ୍ପୂର୍ଣ୍ଣ ବେସାହାରା ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here