ବିଧାୟିକା ଙ୍କ ଦ୍ୱାରା ମାରଥନ ଉଦଘାଟନ କାର୍ଯ୍ୟକ୍ରମ

0
55

ଆସିକା(ଓବି ନ୍ୟୁଜ)(ସନ୍ତୋଷ କୁମାର ମିଶ୍ର): ପଚାଶ ଲକ୍ଷ୍ୟ ଟଙ୍କାର ବ୍ୟୟବରାଦ ରେ ନିର୍ମାଣ କରାଯାଇଥିବା ତିନି ଗୋଟି ପ୍ରକଳ୍ପ କୁ ଉଦଘାଟନ କରିଛନ୍ତି ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ । ଏ ମାରଥନ ଉଦଘାଟନ କାର୍ଯ୍ୟକ୍ରମ ସାରି ବାଣୀବିହାର ସ୍ଥିତ ଏକ କୋଠା ଘରର ଶିଳା ନ୍ୟାସ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଆସିକା ବିଜୁ ପଟ୍ଟନାୟକ ଛକ ସ୍ଥିତ ମାର୍କେଟ କମ୍ପ୍ଲେସ, ବସଷ୍ଟାଣ୍ଡ ର ମୁଖ ଶାଳା, ହାଟପଦା ଛକ ପନିପରିବା ମାର୍କେଟ ର ଉଦଘାଟନ ହୋଇଥିଲା । ଏହି କାର‌୍ୟ୍ୟକ୍ରମ ରେ ଆସିକା ତହସିଲଦାର ସଦାନନ୍ଦ ସେଠୀ,ଆସିକା ବିଜ୍ଞାପିତ ଅଂଚଳ ପରିଷଦ ର କାର‌୍ୟ୍ୟନିର୍ବାହୀ ଅଧିକାରୀ ବିଶ୍ବରଞ୍ଜନ କଁଅର,ଏବଂ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ । ସେହିପରି ଦଳିୟ କର୍ମକର୍ତ୍ତା ନଚିକେତା ସ୍ୱାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହୀ,ସତ୍ୟନାରାୟଣ ସ୍ୱାଇଁ,ସୂର‌୍ୟ୍ୟକାନ୍ତ ପରିଡ଼ା, ଅଭିମନ୍ୟୁ ନାହାକ ,ଶିବ ମହାନ୍ତି ଙ୍କ ସମେତ ଏନ ଏ ସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here