ବନ୍ଧା ହେଲେ ନିଶା ଦିଆ ଲୁଟେରା ଗ୍ୟାଙ୍ଗ୍‌

0
80

ଭୁବନେଶ୍ୱର (ଓବି ନ୍ୟୁଜ):ଅତି ଭଦ୍ର ଭାବେ ଚତୁରତାର ସହ ମିଶନ୍ତି ବସ୍ ଓ ଟ୍ରେନ୍ ଯାତ୍ରୀଙ୍କ ସହ । କଥା ହୋଇ ହୋଇ ସଂପର୍କ ଯୋଡ଼ନ୍ତି । ଧୀରେ ଧୀରେ କଥାରେ ବଶିଭୂତ କରି ନିଶାଯୁକ୍ତ ପାଣି କିମ୍ବା ସରବତ୍ ପିଆଇ ଦିଅନ୍ତି ଯାତ୍ରୀଜଣଙ୍କୁ । ଏହା ପରେ ମଉକା ଦେଖି ଲୁଟିନିଅନ୍ତି ଟଙ୍କା, ଅଳଙ୍କାର ସହ ସୁଟକେଶ୍ ବ୍ୟାଗ୍ ଆଦି । ଏମିତି ଦୁଇ ଲୁଟେରା ଆଜି ଧରା ପଡ଼ିଛନ୍ତି ଖଣ୍ଡଗିରି ଥାନା ପୁଲିସ ହାତରେ । ପୁଲିସ ସେମାନଙ୍କ ଠାରୁ ଚୋରି ଯାଇଥିବା ଟଙ୍କା, ଅଳଙ୍କାର, ସୁଟକେଶ୍ ଆଦି ଜବତ କରିଛି । ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ଅନ୍ୟ ପଟେ ଏପରି ଲୁଟେରାଙ୍କ ଠାରୁ ବିଶେଷ କରି ଅପରିଚିତ ଲୋକଙ୍କ ଠାରୁ ଟ୍ରେନ୍ କିମ୍ବା ବସ୍ ରେ ଯାତ୍ରା ସମୟରେ ଦୁରେଇ ରହିବା ପାଇଁ ବାରମ୍ବାର ପୁଲିସ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିଲେ ମଧ୍ୟ ଏହି ଦୁଇ ଲୁଟେରା କିନ୍ତୁ ଅନେକଙ୍କୁ ଲୁଟିବାରେ ସକ୍ଷମ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here