ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର):
ହିଞ୍ଜିଳିକାଟୁ (ଓବି ନ୍ୟୁଜ) (ପବିତ୍ର କୁମାର ପାତ୍ର): ହିଞ୍ଜିଳିକାଟୁ ଗଞ୍ଜାମ ଜିଲ୍ଲାରେ ଦ୍ଵିତୀୟ ବୃହତ୍ ସହର ଭାବେ ପରିଚିତ ହିଞ୍ଜିଳିକାଟୁ ବିଜ୍ଞାପିତଅଞ୍ଚଳରୁ ହେଲା ପୌରପରିଷଦ ହେଲେ ସବୁ ବେଳେ ହିଞ୍ଜିଳି ମୁନିସିପାଲଟି ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ସାଜିଛି ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ଏଠି ପ୍ରତ୍ୟେକ କ୍ଷେତ୍ର ରେ ସଠିକ୍ କାମ ହୋଉ ନଥିବା ଆଗରୁ ଅଭିଯୋଗ ରହିଛି ।ମଙ୍ଗଳବାର ଦିନ ପୌରପରିଷଦର ୧୬ନଂୱାର୍ଡ ରେ ପିଇବା ପାଇଁ ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବା ଗାୟତ୍ରୀ ନଗର ୩ଲାଇନ୍ ରାସ୍ତା ଅଣଓସାରିଆ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା ରେ ଅସୁବିଧା ଅଞ୍ଚଳ ରେ ଡ୍ରେନ ଏହି ପରି ଅନେକ ସମସ୍ୟାକୁ ନେଇ ୧୫/୨/୧୯ ତାରିଖ ରେ ସ୍ଥାନୀୟ ଜନସାଧାରଣ ଆସି ଅଭିଯୋଗ କରିଥିଲେ ମାତ୍ର ଏହାକୁ ଦୀର୍ଘ ୪ମାସ ବିତିଯାଇଥିଲେ ମଧ୍ୟ ଏହାର ସମାଧାନ ନହେବାରୁ ବାଧ୍ୟ ହୋଇ ପୌର ପରିଷଦ ଆଗରେ ଧାରଣା ଦେଇଥିବା ଅଞ୍ଚଳ ବାସି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ହେତୁ ଅଞ୍ଚଳରେ କୌଣସି ଉନ୍ନତି ମୂଳକ କାମରେ ବିଳମ୍ବ କିମ୍ବା ନିମ୍ନ ମାନର ହେଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଅଧିକାରୀଙ୍କୁ ଏଠି କ୍ଷମା କରିବାର ଏହା ପରିଣତି ବୋଲି ସବୁ ମହଲ ରେ ଶୁଣିବାକୁ ମିଳୁଛି। ଗଲା କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ସମସ୍ତ ଅଫିସର୍ ମାନଙ୍କୁ ଗୁରୁମନ୍ତ୍ର ଦେଇ କହିଛନ୍ତି ଲୋକଙ୍କ ସେବା କର ଆଉ ଲୋକଙ୍କୁ ପଚାର ସେବା ରେ ଖୁସି କି ? କିନ୍ତୁ ଏହା କେବେ ବାସ୍ତବ ରେ କାମ କରିବ। ଆଜିର ଧାରଣା ସମ୍ପର୍କରେ ପୌର ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ପାଣି ପାଇଁ ସେ ବିଭାଗୀୟ ଯନ୍ତ୍ରୀ ସହ କଥା ହୋଇ ପାଇପ୍ ସଂଯୋଗ କରିବେ ଓ ରାସ୍ତା କାର୍ୟ୍ୟାଦେଶ ଦେଇଥିବା କହିଛନ୍ତି