ଚଂଚକତା କରି ଲୁଟ୍ କରୁଥିବା ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ କୁ ଧରିଲା ଛତ୍ରପୁର ପୁଲିସ

0
298

ଛତ୍ରପୁର (ଓବି ନ୍ୟୁଜ)(ପ୍ରଶାନ୍ତ ମହାରଣା): ଗଞ୍ଜାମ ଜିଲ୍ଲା ପୁଲିସକୁ ମିଳିଛି ଆଉ ଏକ ସଫଳତା । ଗତ ୧୨ତାରିଖରେ ସୁନା ଲୁଟେରା ଗ୍ୟାଙ୍ଗ୍ କୁ ଧରି ଗଞ୍ଜାମ ପୁଲିସ ସଫଳତା ଅର୍ଜନ କରିଥିବା ବେଳେ ଆଜି ଏଟିଏମ୍ କାର୍ଡ ଚଂଚକତା କରି ଲୁଟ୍ କରୁଥିବା ଅନ୍ତଃରାଜ୍ୟ ଲୁଟେରାଙ୍କୁ ଧରିଛି ଛତ୍ରପୁର ପୁଲିସ ।
ଦୀର୍ଘ ଦୁଇ ବର୍ଷ ଧରି ବିଭିନ୍ନ ସ୍ଥାନରୁ ଏଟିଏମ୍ କାର୍ଡଧାରୀଙ୍କୁ କୌଶଳକ୍ରମେ ଏଟିଏମ୍ କାର୍ଡ ବଦଳାଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା  । ଏଭଳି ଏକ ଚୋର ଗ୍ୟାଙ୍ଗର ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ  । ଏହି ଲୁଟେରାମାନେ ଆନ୍ତଃ ରାଜ୍ୟରେ ବିଭିନ୍ନ ଏଟିଏମ୍ କାଉଣ୍ଟରେ ଟଙ୍କା ଉଠାଇବା ଲାଗି ଯାଉଥିବା ବୟସ୍କ ବ୍ୟକ୍ତି ଓ ଅଶିକ୍ଷିତ ମାନଙ୍କୁ ଟାର୍ଗେଟ୍ କରି ତାଙ୍କୁ ବିଭିନ୍ନ ଆଳ ଦେଖାଇ କୌଶଳରେ ତକ୍ଷଣାତ୍ କାର୍ଡକୁ ବଦଳାଇ ଦେଉଥିଲେ ଓ ପରେ ଟଙ୍କା ଉଠାଉଥିଲେ  । ଏହି ଦୁଇ ଲୁଟେରାଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କଠାରୁ ନଗତ ୨ଲକ୍ଷ ୭୦ହଜାର ଟଙ୍କା , ମୋବାଇଲ ଓ ଏଟିଏମ୍ କାର୍ଡ, ଗାଡି ଆରସି ବୁକ , ଦୁଇଟି ମୋଟର ସାଇକଲେ ଓ ଗୋଟିଏ ସୁନା ମୁଦି ଜବତ କରିଛି ପୋଲିସ  ।


 ଆଖି ପିଛୁଳାକେ ଓ କୌଶଳରେ ବିଭିନ୍ନ ବାହାନା ଦେଖାଇ ଏଟିଏମ୍ କାର୍ଡଧାରୀଙ୍କ ଏଟିଏମ୍ ବଦଳ କରିଦେଉଥିଲେ  । ଆଉ ପରବର୍ତ୍ତୀ ସମୟରେ ସହି ଏଟିଏମ୍ କାର୍ଡରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଚାଲୁଥିଲେ  । ଏଭଳି ଏକ ଦୁଇ ଜଣ ଚୋରକୁ ଧରି ଘଟଣାର ପଦ୍ଦାଫାସ କରିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ  । ଗରିଫ ଦୁଇ ଜଣ ଲୁଟେରା ହେଲେ ଗଜପତି ଜିଲ୍ଲା ମୋହନାର ଚେରୁ ଓରଫ ସିମାଞ୍ଚ ସାହୁ ଓ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଗୋବର୍ଦ୍ଦନ ପାତ୍ର  । ଏମାନେ କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ଓଡିଶାର ବିଭିନ୍ନ ସ୍ଥାନରେ ଏହି ଦୁଇ ଲୁଟେରାମାନେ ବିଶେଷକରି ବୟସ୍କ ଓ ଅଶିକ୍ଷିତ ଲୋକେ ଏଟିଏମ୍ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଉଥିବା ବ୍ୟକ୍ତିଙ୍କୁ ଟାର୍ଗେଟ୍ କରୁଥିବା ଜଣାପଡିଛି  । ଏହି ଦୁଇ ଚୋର ଏଟିଏମ୍ କାଉଣ୍ଟର ସମ୍ମୁଖରେ ଠିଆ ହୋଉଥିବା ବେଳେ କୌଣସି ବ୍ୟକ୍ତି ଟଙ୍କା ଉଠାଇବାକୁ ଆସିଲେ ତାଙ୍କୁ ସାହାଯ୍ୟ କରିବା ବାହାନା ଦେଖାଉଥିଲେ  । ଟଙ୍କା ଉଠାଇବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ପିନ ନମ୍ୱର ବା ପାସୱାର୍ଡକୁ ମନେ ରଖିଦେଇଥାନ୍ତି  । ପରେ ଟଙ୍କା ବହାରିଲା ପରେ ଟଙ୍କା ଗଣିବାକୁ କହି ଏଟିଏମ୍ କାର୍ଡଟିକୁ ବଦଳାଇ ଦେଇଥାନ୍ତି  । ଆଉ ଏହି ଏଟିଏମ କାର୍ଡ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ  । ଗଞ୍ଜାମ ଜିଲ୍ଲା ସମେତ ମାଲକାନଗିରି, ନୟାଗଡ଼ ଓ ନୂଆପଡା ଭଳି ଜିଲ୍ଲାରେ ପ୍ରାୟ ୧୯ଜଣଙ୍କୁ ଏଭଳି ଏଟିଏମ୍ କାର୍ଡ ବଦଳାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ସ୍ୱିକାର କରିଛନ୍ତି  । ଏହି ଦୁଇ ଲୁଟେରାଙ୍କଠାରୁ ନଗଦ ଦୁଇ ଲକ୍ଷ ୭୦ ହଜାର ଟଙ୍କା, ୧୦ଟି ଏଟିଏମ କାର୍ଡ, ଗୋଟିଏ ସୁନା ମୁଦି, ତିନୋଟି ମୋବାଇଲ ଫୋନ, ଗାଡି ଆରସି ବୁକ ଓ ଦୁଇଟି ମୋଟର ସାଇକଲେ ଜବତ କରଛି ପୋଲିସ  । ଏନେଇ ଆଜି ଛତ୍ରପୁର ଥାନରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି  ।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହଂସପୁର ଗାଁର ନିତେଇ ନାମକ ଜଣେ ବୟସ୍କ ବ୍ୟକ୍ତି ଗତ ୨୫.୯.୨୦୨୦ତାରିଖ ରେ ତାଙ୍କରି ବ୍ୟାଙ୍କ ଏକାଉଣ୍ଟରୁ ୬ ଲକ୍ଷ ୪ ହଜାର ୮ ଶହ ଟଙ୍କା କେହି ଦୁର୍ବୃତ୍ତ ଉଠାଇ ନେଇଛି  । ଏହା ସହ ଛତ୍ରପୁର ଥାନା ଅନ୍ତର୍ଗତ ମାଧପୁର ଏସବିଆଇ ଏଟିଏମ୍ କାଉଣ୍ଟର ନିକଟରୁ ତାଙ୍କରି ଏଟିଏମ୍ କାର୍ଡକୁ କେହି ଜଣେ ବ୍ୟକ୍ତି ବଦଳାଇ ଦେଇଥିବା ଥାନାରେ ଗତ ଅକ୍ଟୋବର ୧୦ତାରିଖ ଦିନ ରିପୋର୍ଟ କରିଥିଲେ  । ଏଭଳି ଏକ ଘଟଣାକୁ ପୋଲିସ ଗୁରୁତ୍ତର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଥିଲା  । ଏଭଲି ଅଭିଯୋଗ ପାଇବା ପରେ ଗଞ୍ଜାମ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ବ୍ରିଜେସ୍ କୁମାର ରାଏଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲେ  ।ଏହାକୁ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ମନିଟିରଂ କରୁଥିବା ବେଳେ ଛତ୍ରପୁର ଏସଡିପିଓ ଗୌତମ କିଷାନ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ ଓ ଚମାଖଣ୍ଡି ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧତା ଙ୍କୁ ସାମିଲ କରାଯାଇଥିଲା  । ଜିଲ୍ଲାର ବିଭିନ୍ନ ଏଟିଏମ୍ କାଉଣ୍ଟରେ ସ୍ପାଏ ରଖାଯାଇ ବିଭିନ୍ନ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଲେ ସିସି ଟିଭି ଫୁଟେଜକୁ ଆଧାରକରି ଏହି ଦୁଇ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ  । ତେବେ କିଭଳି ଭାବେ ସେମାନେ ନୀରିହ ଲୋକଙ୍କୁ ଏଟିଏମଙ୍କୁ ଟଙ୍କା ଉଠାଇବାକୁ ଆସୁଥିବା ବେଳେ ତାଙ୍କୁ ଟାର୍ଗେଟ କରି ଏଟିଏମ୍ କାର୍ଡ ତୁରନ୍ତ ବଦଳାଇ ଦେଉଥିଲେ ଠକାମୀର ଶୀକାର ହୋଇଥିବା ବ୍ୟକ୍ତି ମାନେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ କହିଛନ୍ତି  ।

ଗିରଫ ହୋଇଥିବା ଦୁଇ ଚୋରଙ୍କ ପୂର୍ବରୁ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରେ ଚାରୋଟି ମାମଲା ଓ ଆର‌୍ୟ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଗୋଟିଏ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି  । ଏହି ଦୁଇଜଣ ଗରିଫ ହେବା ପରେ ନୟାଗଡ଼ ଥାନା ପୋଲିସ ମଧ୍ୟ ପହଞ୍ଚି ଦୁଇ ଜଣଙ୍କୁ ଜେରା କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏମାନେ ୧୯ ଜଣଙ୍କୁ ଠକିଥିବା ଜଣାପଡିଛି  । ପୋଲିସ ଏନେଇ ଅଧିକା ତଦନ୍ତ ଜାରି ରଖିଥିବା ବେଳ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିଛି  ।

LEAVE A REPLY

Please enter your comment!
Please enter your name here