ଓଡ଼ିଶା ସାମ୍ୱାଦିକ ୟୁନିଅନର ଦାବି ପୂରଣ କଲେ ରାଜ୍ୟ ସରକାର

0
81

ଧନ୍ୟବାଦ ଜଣାଇଲେ ଓୟୁଜେ ସଭାପତି ଓ ସାଧାରଣ ସଂପାଦକ

ବଣାଇ(ଓବି ନ୍ୟୁଜ) (କାର୍ତିକ ସାହୁ) : ଓଡ଼ିଶା ସାମ୍ୱାଦିକ ୟୁନିଅନ (ଓୟୁଜେ)ର ଦୀର୍ଘ ଦିନର ଦାବି ପୂରଣ ହୋଇଛି । ବିଳମ୍ୱରେ ହେଲେ ମଧ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ୨୦୦୬ ନିୟମର ସଂଶୋଧନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ କାର‌୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ଏଣିକି ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। କିଡନୀ ରୋଗ, ହୃଦ ରୋଗ, କ୍ୟାନସର କିମ୍ବା ଅନ୍ୟ ଜଟିଳ ରୋଗରେ ପୀଡ଼ିତ ହେଲେ ଚିକିତ୍ସା ବାବଦକୁ ୨ ଲକ୍ଷ ଟଙ୍କାର ବିମା ଯୋଗାଇ ଦେବେ ରାଜ୍ୟ ସରକାର।

୨୫ ଲକ୍ଷ ଘର ନିର୍ମାଣ ଋଣ ନେଲେ ୩ ପ୍ରତିଶତ ସୁଧ ରିହାତିରେ ଯୋଗାଇ ଦିଆଯିବ। ଏଥିସହ ୫୦ ହଜାର ଟଙ୍କାର ବାଇକ କିଣିଲେ ୩ ପ୍ରତିଶତ ସୁଧ ରିହାତି ଦିଆଯିବ। ୪ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କାର କିଣିଲେ ୩ ପ୍ରତିଶତ ସୁଧରେ ରିହାତି ମିଳିବ। ଦୁର୍ଘଟଣା ଓ ରୋଗରେ ଶରୀର କିଛି ଅଂଶ ଅକାମି ହେଲେ ୨ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଆର୍ଥିକ ସହାୟତା ମିଳିବ।

ଏଥିସହ ଆଇଆଇଏମସି ଭଳି ଅନୁଷ୍ଠାନରେ ସାମ୍ବାଦିକଙ୍କୁ ତାଲିମ ନିମନ୍ତେ ୧୦ ହଜାର ଟଙ୍କା ପର‌୍ୟ୍ୟନ୍ତ ସହୟତା ଯୋଗାଇବେ ସରକାର। କାର‌୍ୟ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ସେମାନଙ୍କ ପିଲାଙ୍କ ମାଟ୍ରିକ ପାସ୍ ହେବା ପର‌୍ୟ୍ୟନ୍ତ ମାସକୁ ଦେଢ ହଜାର ଓ ଉଚ୍ଚ ଶିକ୍ଷା ପାଇଁ ମାସକୁ ଅଢେଇ ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଗତ ନଭେମ୍ୱର ୧୬ ତାରିଖ ଜାତୀୟ ପ୍ରେସ ଦିବସରେ ଓୟୁଜେର ୩୧ଟି ସାଂଗଠାନିକ ଜିଲ୍ଲା ଶାଖା ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଦିଆଯାଇଥିଲା। ସମସ୍ତ ଦାବିକୁ ବିଚାରକୁ ନେଇ ରାଜ୍ୟର ସମସ୍ତ ସାମ୍ୱାଦିକଙ୍କ କଲ୍ୟାଣ ପାଇଁ ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଥି ପାଇଁ ଓଡ଼ିଶା ସରକାର, ସୂଚନା ଓ ଲୋକସଂପର୍କ ବିଭାଗ ଓ ଗଣମାଧ୍ୟମ ମୁଖ୍ୟ ପରାମର୍ଶଦାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି ଓ ସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ।

LEAVE A REPLY

Please enter your comment!
Please enter your name here