ରାସ୍ତାକୁ ଓହ୍ଲେଇଲେ ଚାଷୀ

0
19

ବୀରମହାରାଜପୁର (ଓବି ନ୍ୟୁଜ) (ସୁର୍ଯ୍ୟ ନାରାୟଣ ପଣ୍ଡା) ; ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉଫୁଲାଠାରେ ବୀରମହାରାଜପୁର- ସୋନପୁର ରାସ୍ତାକୁ ଚାଷୀମାନେ ଅବରୋଧ କରିଛନ୍ତି। ଦାବି ପୁରଣ ନ ହେବା ଯାଏ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି ଚାଷୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।କ୍ରପ୍ କଟିଂ ଆଧାରରେ ଏକର ପିଛା ଧାନ ବିକ୍ରି ପରିମାଣ ଧାର୍ଯ୍ୟ କରାଯିବା ତଥା ଟୋକନ ଆବଣ୍ଟନ ପାଇଁ ଜିଲ୍ଲାପାଳଙ୍କୁ ଦାୟିତ୍ଵ ପ୍ରଦାନ ସକାଶେ ସଂଗଠନର କର୍ମକର୍ତ୍ତା ଦାବୀ କରିଛନ୍ତି ! ଚାଷୀ ସଂଗଠନ ପକ୍ଷରୁ ପୂର୍ବରୁ ଚାଷୀଙ୍କ ବିଭିନ୍ନ ଦାବି ନେଇ ସରକାରଙ୍କୁ ଅବଗତ କରାଯାଇଛି । ଏହା ସହ ଦାବି ପୂରଣ ପାଇଁ ୪ ତାରିଖ ଯାଏ ସମୟ ଦିଆଯାଇଥିବା ସତ୍ତ୍ବେ ସରକାର ଦାବି କୌଣସି ପଦକ୍ଷେପ ନ ନେଇ ଚାଷୀଙ୍କ ଦାବି ପ୍ରତି ଧ୍ୟାନ ଦେଇନାହିଁ ବୋଲି ସଂଗଠନ ଅଭିଯୋଗ କରିଛି! ତେବେ ଦାବି ପୂରଣ ପାଇଁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉଫୁଲାଠାରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ରାସ୍ତାରୋକୋ କରାଯାଉଛି। ଏଥିଯୋଗୁ ବୀରମହାରାଜପୁର – ସୋନପୁର – ସମ୍ବଲପୁର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଚାଷୀଙ୍କ ରାଜରାସ୍ତା ଅବରୋଧ ଯୋଗୁ ଶହ ଶହ ସଂଖ୍ୟାରେ ଭାରିଯାନ ଅଟକି ରହିଛି। ଆଇନ ଶୄଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here