ଦିଗପହଣ୍ଡି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ ପରେ ନିରୂପମା ଙ୍କ ଟିପ୍ପଣୀ

0
83

ଦିଗପହଣ୍ଡି (ଓବି ନ୍ୟୁଜ)(ଶିବ ପ୍ରସାଦ ରଥ): ଶୁକ୍ରବାର ଦିନ ଅପରାହ୍ନ ୩ ଘଣ୍ଟ ସମୟରେ ଦିଗପହଣ୍ଡି ପୁଞ୍ଜିକଇଁଆ ଛକ ନିକଟରେ ଥିବା କଂଗ୍ରେସ ଭବନ କାର୍ଯ୍ୟ।ଳୟରେ ଦିଗପହଣ୍ଡି କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ ହୋଇଥିଲା । ଉକ୍ତ ସମ୍ମିଳନୀ ରେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନଂ ୱାର୍ଡର ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ଗତ କିଛିଦିନ ପୂର୍ବେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା କୁ ଦୃଢ ନିନ୍ଦା କରାଯାଇଥିଲା । ସେ ଓ ତାଙ୍କ ସ୍ୱାମୀ ଙ୍କ ବ୍ୟତୀତ କଂଗ୍ରେସ ର କୌଣସି କର୍ମୀ ବିଜେଡ଼ି ରେ ଯୋଗ ଦେଇନାହାନ୍ତି । ସେ ବିଗତ ଦିନରେ ଦଳ ବିରୋଧୀ କାର୍ଯ୍ୟ କରୁଥିବା ହେତୁ ଦଳ ତାଙ୍କୁ ବିତାଡ଼ିତ କରିବା ପୂର୍ବରୁ ସେ ଆଭାସ ପାଇ ଦଳରୁ ଇସ୍ତଫା ଦେଇଛନ୍ତି । ଏହା ପରେ ଦିଗପହଣ୍ଡି ଏନଏସିର ୧ନଂ ୱାର୍ଡ ରେ କଂଗ୍ରେସ ଆହୁରି ସୁଦୃଢ଼ ହେବ । ଦିଗପହଣ୍ଡି ଅଞ୍ଚଳରେ ସମସ୍ତ ଭିତ୍ତିଭୂମି ଥିଲେ ମଧ୍ୟ ଏଠାରେ ସ୍ଥାନୀୟ ବିଧାୟକ ବେକାର ଯୁବକ ଯୁବତୀ ମାନଙ୍କ କର୍ମ ନିଯୁକ୍ତି ପାଇଁ କୌଣସି କଳ କାରଖାନା ପ୍ରତିଷ୍ଠା ପାଇଁ ଆଗ୍ରହ ରଖୁନାହାନ୍ତି । ବସଷ୍ଟାଣ୍ଡ ର ଉଭୟ କଡ଼ରେ ଥିବା ଶ୍ରୀ ଭାବକୁଣ୍ଡଳେଶ୍ୱର ଦେବୋତ୍ତର ଜମି କୁ କିଛି ବିଜେଡ଼ି ନେତା ନିଜ ସ୍ୱାଧୀନ ରେ ରଖି ବ୍ୟବସାୟୀ ଅନୁଷ୍ଠାନ କରିଛନ୍ତି । ଏହି କାରଣ ରୁ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବା ଭୋଗ ଲାଗିବା ବ୍ ଉତ୍ତମ ଭାବେ ହୋଇପାରୁନାହିଁ । ଏନଏସି ରାସ୍ତା ଘାଟ ନାଳ ନର୍ଦମା ସଫେଇ କାର୍ଯ୍ୟରୁ ଘରୋଇକରଣ ଉଛେଦ କରାଯାଉ । ଏନଏସି କର୍ତ୍ତୃପକ୍ଷ ଲୋକଙ୍କ ମୌଳିକ ସମସ୍ୟା ର ସମାଧାନ ନ କରି ସଫେଇ ପାଇଁ ପ୍ରତି ମାସ ରେ ପ୍ରତ୍ୟେକ ଘରୁ ୩୦ ଟଙ୍କା ଲେଖାଏଁ ଆଦାୟ ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ପ୍ରତ୍ୟାହାର କରନ୍ତୁ ନଚେତ ଏହା ବିରୋଧରେ କଂଗ୍ରେସ ଦଳ ପକ୍ଷରୁ ଜନ ଆନ୍ଦୋଳନ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି । ଉକ୍ତ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଫୁଲ୍ଲ ପଣ୍ଡା, ନଗର କଂଗ୍ରେସ ସଭାପତି ରସାନନ୍ଦ ରାଉତ, ଯୁବନେତା ତଥା ୧୪ ନଂ ପାଣି ପଞ୍ଚାୟତ ସଭାପତି ବିକାଶ ପଶୁପାଳକ , କଂଗ୍ରେସ କର୍ମୀ କେ . କୁନା , ପୂର୍ବତନ କାଉନସିଲର ଡମ୍ବ ବେହେରା, କେଶବ ରାଓ, ମହେନ୍ଦ୍ର ସାହୁ , ଦିବାକର ପ୍ରଧାନ , ଚନ୍ଦନ ସେଠୀ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ଏହା ପରେ ଶନିବାର ଦିନ ଅପରାହ୍ନ ୩ ଘଣ୍ଟ ସମୟରେ ଦିଗପହଣ୍ଡି ବିଜେଡ଼ି କାର୍ଯ୍ୟ।ଳୟ ରେ ନିରୂପମା ଏହାର ଟିପ୍ପଣୀ ରଖିଥିଲେ । କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ବିରୋଧରେ ଯାହା ସବୁ ତଥ୍ୟ ପ୍ରଦାନ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା । ସେ କେବେ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । କଂଗ୍ରେସ ଦଳ ର କିଛି ନେତୃ ବୃନ୍ଦ ତାଙ୍କୁ ଅଣଦେଖା କରିଥିଲେ ଓ ଦଳ ରେ ନାରୀନେତ୍ରୀ ଙ୍କୁ ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ ଉପଲବ୍ଧ କରିଥିଲେ । ସେ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନାରୀ ସସସ୍ତ୍ରୀକରଣ ଓ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦୃଢ଼ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେଡ଼ି ରେ ଯୋଗ ଦେଇଥିଲେ । ଉକ୍ତ ସମ୍ମିଳନୀରେ ପୂର୍ବତନ ନଗରପାଳ ଭି.ରବି ନାରାୟଣ ରାଜୁ, ଘଇଉ ବିଜେଡ଼ି ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥା,ସମ୍ପାଦକ ଦୁଧିଷ୍ଠିର ସ୍ୱାଇଁ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପଟ୍ଟନାୟକ,ଯୁବ ବିଜେଡି ସଭାପତି ଶିବ ଗୌଡ଼, ମାଗି ସେଠୀ, ନିଗମ ପ୍ରସାଦ ପଣ୍ଡା, ବାବୁଲି ପଟ୍ଟନାୟକ, ବଳରାମ ମହାରଣା, ସୁଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here