କୋଭିଡ କଟକଣା ମଧ୍ୟରେ ପାଳନ ହେଲା ବଡ଼ଦିନ

0
20

ରାଇକିଆ (ଓବି ନ୍ୟୁଜ) (ଜଗଦୀଶ ଦାଶ) ; କୋଭିଡ କଟକଣା ମଧ୍ୟରେ ରାଇକିଆ ରେ ସବୁ ଚର୍ଚ୍ଚ ରେ ପାଳନ ହେଲା ବଡ଼ଦିନ। ଧୁମଧାମରେ ନହେଲେ ମଧ୍ୟ ସହରର ବିଭିନ୍ନ ଚର୍ଚ୍ଚ ମାନଙ୍କରେ ଭକ୍ତ ମାନେ ନିୟମାନୁଯାୟୀ ପ୍ରାର୍ଥନା କରିବା ସହିତ କରିଛନ୍ତି ଯୀଶୁଙ୍କୁ ପୂଜାର୍ଚ୍ଚନା।ଆଜି ହେଉଛି ବଡ଼ଦିନ। ଆଜିର ଦିନରେ ଧରାଵତରଣ କରିଥିଲେ ଶାନ୍ତି ଓ ପ୍ରେମର ବାର୍ତ୍ତାବହ ପ୍ରଭୁ ଯୀଶୁଖ୍ରୀଷ୍ଟ। ପ୍ରତିବର୍ଷ ଖ୍ରୀଷ୍ଟିଆନ ସଂପ୍ରଦାୟ ମାନେବ ଆଜିର ଦିନକୁ ଧୁମଧାମରେ ପାଳନ କରିଥାନ୍ତି। ମାତ୍ର ଚଳିତବର୍ଷ କୋଭିଡକୁ ନେଇ ଆଡ଼ମ୍ବରରେ ନହେଲେ ମଧ୍ୟ ଭକ୍ତିପୂର୍ଣ୍ଣ ସୌହାର୍ଦ୍ଧ ମଧ୍ୟରେ ପାଳନ ହେଉଛି ଆଜିର ବଡ଼ଦିନ। ସହରରେ ବିଭିନ୍ନ ଚର୍ଚ୍ଚରେ ସକାଳ ପ୍ରାର୍ଥନା କରିବାକୁ ବେଶ ଭିଡ଼ ଦେଖିବାକୁ ମିଳିଛି। ତେବେ ଚର୍ଚ୍ଚ ମାନଙ୍କରେ କୋଭିଡ କଟକଣାକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତି ଚର୍ଚ୍ଚ ରେ ଭକ୍ତଙ୍କୁ ନେଇ ପ୍ରାର୍ଥନା କରାଯିବା ସହିତ ପୂଜାର୍ଛନ ପାଇଁ ସୁବ୍ୟବସ୍ଥା ହୋଇ ଥିଲା ।

LEAVE A REPLY

Please enter your comment!
Please enter your name here