ଦୁର୍ବୃତ୍ତଙ୍କ ପଥ ପାର୍ଶ୍ୱ ଗଛ ସହିତ ଅଟେଇ ପୋଡି, ବାଇକ ଜବତ

0
51

ଓଡ଼ଗାଁ(ଓବି ନ୍ୟୁଜ) ):ଓଡଗାଁ ଆଦର୍ଶ ଥାନା ଓ ବନାଞ୍ଚଳ ଅନ୍ତର୍ଗତ ଭାଡ଼ିକିଲା-ମହୁଲିଆ ରାସ୍ତାରେ ଜଙ୍ଗଲ ବିଭାଗ ଦ୍ୱାରା ଲଗାଯାଇଥିବା ଗଛ ସହିତ ଅଟେଇ ପୋଡି ଦେଇଛନ୍ତି । ସୂଚନା ଅନୁସାରେ କେତେକ ଯୁବକ ମଦ୍ୟ ସେଠାରେ ଆଡ୍ଡା ଜମାଇବା ସହିତ ମଦ୍ୟପାନ କରୁଥିବା ବେଳେ କୌତୁହଳ ବଶତଃ ଗଛ ପାଖରେ ପାଳ ଏକାଠି କରି ସେଥିରେ ନିଆଁ ଲଗାଇଦେଇଥିଲେ । ଫଳରେ ପ୍ରାୟ ଏକ ଡ଼ଜନ ଗଛ ପୋଡ଼ିଯାଇଥିବା ସୂଚନା ମିଳିଛି । ପୋଲିସ ଓ ବନ ବିଭାଗ ପହଂଚିବାରୁ ଯୁବକ ମନେ ଘଟଣା ସ୍ଥଳରୁ ଛୁ ମାରିଥିଲେ । ହେଲେ ପୋଲିସ ଓ ବନ ବିଭାଗ ସେମାନେ ଛାଡି ଯାଇଥିବା ଓଡି ୨୫ ଏଫ ୯୨୦୦ ନମ୍ବର ବିଶିଷ୍ଟ ବାଇକ ଜବତ କରି ସମ୍ପୃକ୍ତ ଯୁବକମାନଙ୍କ ସମ୍ପର୍କରେ ତଦନ୍ତ କରୁଥିବା ଆଇଆଇସି ପ୍ରଜ୍ଞାପାରମିତା ଜେନା ଓ ରେଞ୍ଜର ଅମ୍ରିତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here