ସରପଞ୍ଚଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଗୃହୀତ ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରଦାନ କଲେ ୧୧ଜଣ ୱାର୍ଡ ସଭ୍ୟ/ସଭ୍ୟା

    0
    108

    ଛତ୍ରପୁର, (ଓବି ନ୍ୟୁଜ)(ପ୍ରଶାନ୍ତ କୁମାର ମହାରଣା) : ପୁରୁଷୋତ୍ତମପୁର ବ୍ଲକ ର ଟଙ୍କଛାଇ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ ଅନସ୍ଥା ପ୍ରସ୍ତାବ ଗୃହୀତ ନିମନ୍ତେ ୧୧ ଜଣ ୱାର୍ଡ ସଭ୍ୟଙ୍କ ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରାଯାଇଛି । ୱାର୍ଡସଭ୍ୟମାନେ ଅଭିଯୋଗ କରିଛନ୍ତି ଯେ, ସରପଞ୍ଚ ଆଜକୁ ଛଅ ମାସ ହେବ ଗ୍ରାମ ପଞ୍ଚାୟତରେ କୌଣସି ବୈଠକ ନିମନ୍ତେ ଆମ୍ଭମାନଙ୍କୁ ନୋଟିସ୍ କରୁନାହାନ୍ତି । ପଞ୍ଚାୟତର ଉନ୍ନତୀମୂଳକକାମରେ ବହୁତ ଦୃର୍ନିତୀ ହେଉଛି । ୨୦୧୯-୨୦ର ଆର୍ଥିକ ଆୟବ୍ୟୟର ଅଟକଳ ବିନା ପଞ୍ଚାୟତ ବୈଠକ ଓ ଗ୍ରାମ ସଭାରେ ସେ ନିଜେ ନିଜେ ବ୍ଲକକୁ ପଠାଇଥିଲେ । ଏନେଇ ମଧ୍ୟ ବିଡିଓଙ୍କୁ ଅଭିଯୋଗ ଜଣାଇଛୁ । ଆମ ଗ୍ରାମ ପଞ୍ଚାୟତର ୧୬ ଜଣ ୱାର୍ଡ ମେମ୍ବର ମଧ୍ୟରୁ ୧୧ ଜଣ ସଭ୍ୟ ଉପସ୍ଥିତ ରହି ଆପଣଙ୍କ ନିକଟରେ ସରପଞ୍ଚଙ୍କ ଅନସ୍ଥା ନିମନ୍ତେ ପ୍ରସ୍ତାବକୁ ଗୃହୀତ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ପ୍ରଦାନ କରିଥିଲେ । ଦରଖାସ୍ତ ପ୍ରଦାନ ବେଳେ ୱାର୍ଡ ସଭ୍ୟ ଗାୟତ୍ରୀ ନାହାକ, ପିତାମ୍ବର ପଲାଇ, ସୁବାସ ନାହାକ, ଏମ୍.ଦିବାକର, ଅଶୋକ କୁମାର ଦଳାଇ, ଜ୍ୟୋତି ବେହେରା, ଲକ୍ଷ୍ମୀ ବିଷୋୟୀ, ସୂର୍ଯ୍ୟମଣୀ ମହାରଣା, ଗାୟତ୍ରୀ ନାହାକ, ପ୍ରମିଳା ସ୍ୱାଇଁ, ହଜାରୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

    LEAVE A REPLY

    Please enter your comment!
    Please enter your name here