ଗ୍ରାମରେ ଧାନ ମଣ୍ଡି ଖୋଲିବାକୁ ଦାବି ନେଇ ଛତ୍ରପୁର ତାରାତାରିଣୀ ଯାତାୟତ ବନ୍ଦ କଲେ ପୋଡାପଦର ଗ୍ରାମବାସୀ

0
38

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା) : ପୋଡାପଦର ଗ୍ରାମରେ ମଣ୍ଡି ଖୋଲାଯାଇ ଆମ ସମସ୍ତଙ୍କ ଧାନ କିଣିବା ଓ ଗତ ପାଞ୍ଚ ବର୍ଷ ହେଲା ଅଖା, ଗାଡି ଭଡା ଓ ଲେବର ଖର୍ଚ୍ଚ ବାବଦ ମିଳିବାକୁ ଥିବା ପ୍ରାପ୍ୟ ତୁରନ୍ତ ଫେରସ୍ତ କରିବା ଦାବି ଆଜି ପୋଡାପଦର ଗ୍ରାମର ଶତାଧୀକ ଚାଷୀ ଏବଂ ଗ୍ରାମର ମହିଳା ଓ ପୁରୁଷ ମାନେ ଟାୟାର ଜାଳି ଛତ୍ରପୁର ରୁ ତାରାତାରିଣୀ ମୁଖ୍ୟ ରାସ୍ତାକୁ ଦୀର୍ଘ ୪ଘଣ୍ଟା ଧରି ବନ୍ଦ ରଖିିଥିଲେ । କୁମାର ବେଗପଲ୍ଲୀ ଗ୍ରାମର ଶିବ ବାବା ଏସଏଚଜି ଗୃପକୁ ଧାନ କିଣିବା ନିମନ୍ତେ ସରକାର ଦୟିତ୍ୱ ହସ୍ତାନ୍ତର କରିଛନ୍ତି । ସେମାନେ କୁମାରବେଗପଲ୍ଲୀ ଗ୍ରାମର ହୋଇଥିବାରୁ ଆମେ ସେ ଗ୍ରାମକୁ ଯିବୁନିୁ ବୋଲି ମଧ୍ୟ ଚାଷୀ ମାନେ ଆନ୍ଦୋଳନ କରିଥିଲେ । ଆମ ଧାନ ଆମ ଗ୍ରାମରୁ ହୁଁ ମିଲର ମଣ୍ଡି ମାଧ୍ୟମରେ କିଣିବାକୁ ଜିଦ୍ ଧରି ବସିଥିଲେ । ଏହାର ଖବର ପାଇ ଘଟଣା ସ୍ଥଳକୁ ଛତ୍ରପୁର ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲ।। ପରେ ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଓ ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ଚାଷୀ ମାନଙ୍କ ସହ ସେମାନଙ୍କ ଦାବି ସମ୍ପର୍କ ଆଲୋଚନା କରିଥିଲେ । ହେଲେ ବି ସେମାନେ ସେମାନଙ୍କ ଜିଦ୍ ରେ ଅଟଳ ରହିବାରୁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମରେ ପୋଡାପଦର ଗ୍ରାମରେ ଆଜି ମଣ୍ଡି ଖୋଲାଯାଇଥିଲ।। ଗ୍ରାମ ପଂଜିକୃତ ହୋଇଥିବା ୪ଜଣ ଚାଷୀଙ୍କ ଟୋକେନ ଜେନେରଟ ହୋଇଥିବାରୁ ବିପୁଳିଙ୍ଗିର ମିଲରଙ୍କ ସାହାର୍ଯ୍ୟରେ ସେମାନଙ୍କ ଧାନ ମଣ୍ଡି ଯୋଗେ କିଣାଯାଇଥିବା ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ଲେଙ୍କା ସୂଚନା ଦେଇଥିଲେ ।ପରେ ଆନ୍ଦୋଳନରୁ ଓହରିଥିଲେ ଗ୍ରାମବାସୀ ଯାତାୟତ ପଥ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here