ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଛତ୍ରପୁର ଠାରେ ନିଧି ସଂଗ୍ରହ ଅଭିଯାନ

0
165

ଛତ୍ରପୁର (ଓବି ନ୍ୟୁଜ) (ପ୍ରଶାନ୍ତ ମହାରଣା) ; ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପାଇଁ ଛତ୍ରପୁର ଠାରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଗତ ମାସରେ ହୋଇଥିବା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି ନିଷ୍ପତ୍ତି ପ୍ରକାରେ ସ୍ଥାନୀୟ ଷ୍ଟେସନରୋଡ୍ ଶ୍ରୀରାମ ମନ୍ଦିର ଠାରୁ ପ୍ରଭୁ ଶ୍ରୀରାମଙ୍କ ଏକ ଭବ୍ୟ ରଥ ସହ ବାଇକ୍ ଶୋଭାଯାତ୍ରା ବାହାରି ଥିଲା । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ଦିଆ ଯାଇଥିବା ରସିଦ ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କା କୁପନ ମାଧ୍ୟମରେ ନିଧି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଶାନ୍ତ କୁମାର କରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଦୀପ ପାଢୀ, ବସନ୍ତ କୁମାର ବେହେରା, ସଞ୍ଜିତ୍ କୁମାର ରାଉଳ, ଅମରଶେ ମହାରଣା, ଡି.ସୁରେଶ ରେଡ୍ଡୀ, ରାମଚନ୍ଦ୍ର ବେହେରା ଓ ଶ୍ରୀରାମ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ରହି ନିଧି ସଂଗ୍ରହ କରିଥିଲେ ।

LEAVE A REPLY

Please enter your comment!
Please enter your name here