ଭଞ୍ଜନଗର (ଓବି ନ୍ୟୁଜ୍): ଆଜି ସକାଳ ୬ଟା ସମୟରେ ଭଞ୍ଜନଗର ମେନ ରୋଡ଼ ପରିବା ମାର୍କେଟ ଛକରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଏକ ବସ ତ୍ରିପାଠୀ ଟ୍ୟୁଟୋରିଆଲ କୁ ସାଇକେଲ ରେ ଟ୍ୟୁସନ ଯାଉଥିବା ବାଉଁଶଲୁଣ୍ଡି ର ୮ମ ଶ୍ରେଣୀ ଛାତ୍ରୀ ନିକିତା ନାୟକ (୧୩) ଙ୍କୁ ଧକ୍କା ଦେବାରୁ ସେ ରାସ୍ତା ଉପରେ ପଡି ଆହତ ହୋଇଛନ୍ତି । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରିବା ପରେ ସେ ସୁସ୍ଥ ଥିବା ଜଣାପଡିଛି ।