ଋଷିକୁଲ୍ୟା ଟି ୨୦ କ୍ରିକେଟ : ଧରାକୋଟ କୁ ହରାଇ ମୁଜାଗଡ଼ ବିଜୟୀ

0
104

ସୋରଡା (ଓବି ନ୍ୟୁଜ) (ବ୍ୟୁରୋ) : ସୋରଡା ଋଷିକୂଲ୍ୟା କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ମିନି ଷ୍ଟାଡିଅମ ରେ ଆୟୋଜିତ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ରେ ଧରାକୋଟ କୁ ହରାଇ ମୁଜାଗଡ଼ ବିଜୟୀ ହୋଇଛି। ପ୍ରଥମେ ଟସ ଜିତି ମୁଜାଗଡ଼ ବୋଲିଂ କରିବା ନିଷ୍ପତି ନେଇଥିଲା। ଧରାକୋଟ ପ୍ରଥମେ ବେଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭର ରେ ସମସ୍ତ ବିକେଟ ହରାଇ ୧୭୦ ରନ ସଂଗ୍ରହ କରିଥିଲେ। ଏହା ର ଜବାବ ରେ ମୁଜାଗଡ଼ ୧୭ ଓଭର ରେ ୪ ଗୋଟି ବିକେଟ ହରାଇ ୧୭୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଦଳ ତରଫରୁ ମନୋରଞ୍ଜନ ସର୍ବାଧିକ ୭୭ ରନ ସଂଗ୍ରହ କରି ଶ୍ରେଷ୍ଠ ଖେଳାଳି ଭାବେ ଆଜି ର ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷକ ତଥା କଳାକାର କାଳି ଚରଣ ପ୍ରଧାନ ଙ୍କ ଠାରୁ ଟ୍ରଫି ହାସଲ କରିଥିଲେ। ଆଜି ର ମେଚ କୁ କ୍ଲବ ର ସରୋଜ କୁମାର ମହାରଣା ଓ ସତ୍ୟ ପଟନାୟକ ଅମ୍ପାଇଁରିଂ କରିଥିବା ବେଳେ ଶ୍ରିତମ ଓ ରାଜା ସ୍କୋରର ଏବଂ ମନୋଜ ମହାପାତ୍ର ସଞ୍ଜୟ ପଣ୍ଡା ଭାଷ୍ୟକାରେ ଭାବେ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା କାଲି ଆସିକା ପାୱାର କ୍ରିକେଟ କ୍ଲବ ସହ ବଡଗଡ଼ କ୍ରିକେଟ କ୍ଲବ ମଧ୍ୟ ରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here